ଦେଖନ୍ତୁ ଶାହିଦ କପୁରଙ୍କ ପୁଅ ଜେନ କପୁରଙ୍କ ପ୍ରଥମ ଝଲକ
Khabar Odisha:first-pic-of-shahid-kapoor-and-mira-kapoor-son-zain-kapoor
ମୁମ୍ବାଇ, ସେପ୍ଟେମ୍ବର ୦୮ (ଖବର ଓଡିଶା) :

 ଆଜି ଶାହିଦ କପୁରଙ୍କ ପତ୍ନୀ ମୀରା କପୁର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଘରକୁ ଯିବା ସମୟରେ ସେ ନିଜ ପୁଅର ପ୍ରଥମ ଝଲକ ଦେଖାଇଛନ୍ତି । ମୀରା ଘରକୁ ଫେରୁଥିବା ସମୟରେ ଏହି ଫଟୋ କ୍ଲିକ୍ କରାଯାଇଥିଲା । ଶାହିଦ ଏବଂ ମୀରା ନିଜ ପୁଅର ନାମ ଜେନ କପୁର ରଖିଛନ୍ତି । 

ସୂଚନାନୁଯାୟୀ, କାଲି ସୋସିଆଲ ମିଡିଆରେ ଜେନଙ୍କ ନାମ ଘୋଷଣା କରାଯାଇଥିଲା । ଶାହିଦ ଆଜି ଟ୍ୱିଟ କରି ଲେଖିଛନ୍ତି କି, ଜେନ ଆସି ଯାଇଛନ୍ତି ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ହୋଇ ଯାଇଛି । ଭଗବାନଙ୍କ ନିକଟରେ ସେ ଋଣୀ । ବୁଧବାର ଦିନ ମୀରା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଜେନଙ୍କର ଜନ୍ମ ହୋଇଥିଲା । ଶାହିଦ ଏବଂ ମୀରାଙ୍କର ଜେନ ଦ୍ୱୀତିୟ ସନ୍ତାନ । ତାଙ୍କର ପ୍ରଥମ କନ୍ୟାଙ୍କ ନାମ ମୀଶା କପୁର ।  

  • Tags:

Subscribe

National International State Sports Entertainment