ପୁଣି ‘ଦବଙ୍ଗ ୩’ ମାଧ୍ୟମରେ ଏକାଠି ନଜର ଆସିବେ ସୋନାକ୍ଷୀ ଓ ସଲମାନ ଖାନ
Khabar Odisha:dabangg-3-announcement-by-salman-khan-sonakshi-sinha-eight-year-of-dabangg
ମୁମ୍ବାଇ, ଅକ୍ଟୋବର ୯, (ଖବର ଓଡିଶା)

 ବଲିଉଡର ଭାଇଜାନ ସଲମାନ ଖାନଙ୍କ ଦବଙ୍ଗକୁ ଇତି ମଧ୍ୟରେ ୮ ବର୍ଷ ପୂରା ହେବାକୁ ବସିଲାଣି । ଏହାର ଆଗାମୀ ସିକ୍ୱେଲ ଦବଙ୍ଗ ୩ ର ତିଆରି କୁ ନେଇ ସେ ଘୋଷଣା କରି ସାରିଲେଣି । ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ ସୋନାକ୍ଷୀଙ୍କ ଯୋଡିକୁ ବଡପରଦାରେ ବହୁତ ପସନ୍ଦ କରନ୍ତି ଦର୍ଶକ।ତେବେ ଦବଙ୍ଗ ୩ ପୂର୍ବରୁ ଏହି ମୌକା ଦର୍ଶକ ପାଇବେ । ରିୟଲିଟି ଶୋ ବିଗ ବସରେ ଅତିଥିଭାବେ ଯୋଗ ଦେବେ ସୋନାକ୍ଷୀ ସିହ୍ନା । ସ୍ପେଶାଲ ଏପିସୋଡରେ ସୋନାକ୍ଷୀଙ୍କ ଡ୍ୟାନ୍ସ ପରଫରମାନ୍ସ ମଧ୍ୟ ଦେଖିବାକୁ ମିଳିବ ଓ ସଲମାନ ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଳ୍ମରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଓ ସୁନିଲ ଗ୍ରୋଭର ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ସାଧାରଣ ଲୋକ ଓ ପ୍ରଶଂସକଙ୍କ ସମ୍ନାରେ ସୋନାକ୍ଷୀ-ସଲମାନଙ୍କ ଯୋଡି ସୁପରହିଟ। ଏହି ଯୋଡି ଦବଙ୍ଗ ସିରିଜର ତୃତୀୟ ଫିଲ୍ମ "ଦବଙ୍ଗ ୩"ରେ ଆସିବେ ନଜର। ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା ହୋଇଥିବାବେଳେ ବିବାହ ବିଚ୍ଛେଦ ପରେ ପ୍ରଥମଥର ପାଇଁ ଅରବାଜ ଖାନ ଓ ମଲ୍ଲାଇକା ଅରୋରା ମଧ୍ୟ ଏକାଠି ନଜର ଆସିବେ ଓ ପ୍ରଯୋଜନା ମଧ୍ୟ ଉଭୟ ମିଶି ଦେଉଛନ୍ତି। 

ନିକଟରେ ସୋନକ୍ଷୀଙ୍କ ହାପି ଭାଗ ଯାଏଗି ବକ୍ସ ଅଫିସରେ ଫ୍ଲପ ହୋଇଥିଲା ଏହା ପୂର୍ବରୁ ସୋନାକ୍ଷୀଙ୍କ କୌଣସୀ ଫିଲ୍ମ ସିନେମାହଲରେ ଭଲ ପ୍ରଦର୍ଶନ କରିନାହିଁ । ବର୍ତମାନ ସୋନାକ୍ଷୀଙ୍କ ପାଇଁ କେବଳ ଦବଙ୍ଗ ୩ ହିଁ ଗୋଟିଏ ମାତ୍ର ବଡ ବଜେଟର ସିନେମା । ସେ ଏହା ମାଧ୍ୟମରେ ପୁଣି ଏକ ଧମାକାଦାର ଏଂଟ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି । 

Subscribe

National International State Sports Entertainment