ଫିଲ୍ମ ଚାଣକ୍ୟକୁ ନେଇ ହେଲା ନୂତନ ଖୁଲାସା, ଡବଲ ରୋଲରେ ଅଭିନୟ କରିବେ ଅଜୟ ଦେବଗନ
Khabar Odisha:ajay-devgan-will-seen-in-double-role-in-film-chanakya
ମୁମ୍ବାଇ,ଜୁଲାଇ ୩୧ (ଖବର ଓଡିଶା):

ବଲିଉଡର ସୁପରହିଟ୍ କଳାକାରଙ୍କ ମଧ୍ୟରୁ ଏକ ଅଜୟ ଦେବଗନ ଏବେ କେତେକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବହୁତ ଶୀଘ୍ର ସେ ଫିଲ୍ମ ଟୋଟାଲ ଧମାଲ ଏବଂ ତାନାଜି ମାଲୁସରେଙ୍କ ବାୟୋପିକ ମରାଠା ଯୋଦ୍ଧା ଦର୍ଶକଙ୍କ ପାଖକୁ ଆଣୁଛନ୍ତି । ଏହା ମଧ୍ୟରେ ଅଜୟ ଦେବଗନଙ୍କର ଆଉ ଏକ ଫିଲ୍ମକୁ ନେଇ ଖାସ୍ ଚର୍ଚ୍ଚା ହେଉଛି, ଯାହାର ନାମ ଚାଣକ୍ୟ। ପ୍ରାରମ୍ଭରେ ଯେବେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା ସେହି ସମୟରେ ଦର୍ଶାଯାଇଥିଲା ଯେ ଏହି ଫିଲ୍ମଟି ଭାରତର ମହାନ ବ୍ୟକ୍ତି ଦାର୍ଶନିକ, ବିଚାରକ ଏବଂ ଅର୍ଥଶାସ୍ତ୍ରୀ ଚାଣକ୍ୟଙ୍କର ବାୟୋପିକ ଉପରେ ଆଧାରିତ ହେବ। ଏବେ ଏହି ଫିଲ୍ମକୁ ନେଇ ନୂତନ ଖୁଲାସା ହୋଇଛି। 

ସୂଚନା ମୁତାବକ ଅଜୟ ଦେବଗନଙ୍କର ଏହି ଫିଲ୍ମ ଚାଣକ୍ୟଙ୍କର ବାୟୋପିକ ନହୋଇ ତାଙ୍କର ସିଦ୍ଧାନ୍ତବାଦୀ ନୀତି ଉପରେ ଆଧାରିତ ଏକ ଆଧୁନିକ ଫିଲ୍ମ ହେବ । ଚାଣକ୍ୟ ଚନ୍ଦ୍ରଗୁପ୍ତ ମୋର୍ୟ୍ୟଙ୍କ ବଂଶ ସ୍ଥାପନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଚତୁର ନୀତି ଆଜି ମଧ୍ୟ ଇତିହାସକାରମାନେ ଚର୍ଚ୍ଚା କରୁଛନ୍ତି ।

ଫିଲ୍ମ ଚାଣକ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଅଜୟ ଦେଵଗନ ଏହି ଫିଲ୍ମରେ ଡବଲ ରୋଲରେ ଅଭିନୟ କରିବେ । ଚାଣକ୍ୟ ଫିଲ୍ମର ସୁଟିଙ୍ଗ ଚଳିତ ବର୍ଷ ଶେଷ ପର୍ୟ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ।

ଚାଣକ୍ୟ ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେ ସ୍ପେସିଆଲ ୨୬, ବେବି, ଏମଏସ ଧୋନି ଦ ସୁପର ଅନଟୋଲ୍ଡ ଷ୍ଟୋରି ଏବଂ ଅୟାରୀ ଭଳି ଫିଲ୍ମ ପ୍ରସ୍ତୁତ କରି ସାରିଛନ୍ତି । ଖବର ଅନୁଯାୟୀ ନିର୍ମାଣକାରୀ ସଂସ୍ଥା ଏହି ଫିଲ୍ମର କାମ  ବହୁତ ଶୀଘ୍ର ଆରମ୍ଭ କରି ଏହାକୁ ୨୦୧୯ ଆରମ୍ଭରେ ଫିଲ୍ମ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । 

  • Tags:

Subscribe

National International State Sports Entertainment