ମୁମ୍ବାଇ, ଅକ୍ଟୋବର ୫ (ଖବର ଓଡିଶା)
ବଲିଉଡ ସୁନ୍ଦରୀ ଶ୍ରଦ୍ଧା କପୁରଙ୍କ ଖୁସି ଏବେ କହିଲେ ନସରେ । ଶ୍ରଦ୍ଧାଙ୍କ ଏପରି ଖୁସିର କାରଣ ହେଉଛି ଯେ, ତାଙ୍କ ସିନେମା ‘ସ୍ତ୍ରୀ’ ବକ୍ସ ଅଫିସରେ ଆକାଶ ଛୁଆଁ ସଫଳତା ହାସଲ କରିଛି । ନିକଟରେ ଏହି ସିନେମାର ସଫଳତା ପାଇଁ ଆୟୋଜିତ ହୋଇଥିଲା ଏକ ପାର୍ଟିର ।
ଏଥିରେ ସିନେମାର ସମସ୍ତ କଳାକାରଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଶ୍ରଦ୍ଧାଙ୍କ ଉପସ୍ଥିତି ଯେପରି ଅନ୍ୟମାନଙ୍କ ଉପସ୍ଥିତିକୁ ଫିକା କରିଦେଇଥିଲା । ଡିଜାଇନର ରିମ ଆକ୍ରାଙ୍କ ରେଜ ଟ୍ୟୁବ ଡ୍ରେସ ଓ କ୍ରିଷ୍ଟ୍ରିଆନଙ୍କ ହାଇହିଲ ପିନ୍ଧି ଶ୍ରଦ୍ଧା ଖବୁ ହଟ ଦେଖାଯାଉଥିଲେ । ବର୍ତମାନ ଶ୍ରଦ୍ଧା ତାଙ୍କ ଆଗାମୀ ସିନେମା ସାଇନାଙ୍କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେ ଏଥିପାଇଁ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି ।
ମୁକ୍ତିଲାଭ କରିଥିବା ସ୍ତ୍ରୀ ଏକ ହରର କମେଡି ଉପରେ ଆଧାରିତ । ଏଥିରେ ଶ୍ରଦ୍ଧାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଛି । ଶ୍ରଦ୍ଧାଙ୍କ ବିପକ୍ଷରେ ନାୟକ ରାଜକୁମାର ରାଓ ମଧ୍ୟ ଖୁବ ଉଚ୍ଚକୋଟିା ଅଭିନୟ କରିଛନ୍ତି ।