ସିଦ୍ଧାର୍ଥ ମଲହୋତ୍ରାଙ୍କ ନୂଆ ପ୍ରେମ
Khabar Odisha:Sidharth-Malhotra-dating-Kiara-Advani
ମୁମ୍ବାଇ, ଅଗଷ୍ଟ ୫, (ଖବର ଓଡିଶା)

 ପ୍ରଥମ ଚଳଚ୍ଚିତ୍ର ‘ଷ୍ଟୁଡେଂଟ ଅଫ ଦ ଇଅର’ ରୁ  ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱନ ଓ ଆଲିୟା ଭଟ୍ଟଙ୍କ ଯୋଡି ଦେଖିବାକୁ ମିଳିଥିଲା । ଏହି ତିନିଜଣ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏହି ଗୋଟିଏ ସିନେମାରୁ । ଷ୍ଟୁଡେଂଟ ଅଫ ଦ ଇଅର ସିନୋମଟି ଏମାନଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ତା ପରେ ଏମାନେ ଆଉ କେହି ପଛକୁ ଫେରି ନାହିଁନ୍ତି । 

ଏହି ତିନିଜଣ ଆଜି ଆଗ ଧାଡିର ହିରୋ, ହିରୋଇନ ଭାବେ ଗଣାଯାଉଛନ୍ତି । ଏମାନେ ପ୍ରାୟତଃ ସବୁ ଆଗଧାଡିର ନାୟକ, ନାୟିକାମାନଙ୍କ ସହ କାମ କରିସାରିଲେଣି । ହେଲେ  ପ୍ରେମ ବ୍ୟାପାରରେ ଏମାନଙ୍କ ଗାଡି ଟିକେ ଧିମେଇ ଯାଇଛି । ସେଇ ଷ୍ଟୁଡେଂଟ ଅଫ ଦ ଇଅରର  ସୁଟିଂ  ସେଟରୁ ହିଁ ସିଦ୍ଧାର୍ଥ ଓ ଆଲିଆ ଭଟ୍ଟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ସମୟକ୍ରମେ ଏହି ପ୍ରେମ ଆଗକୁ ବଢି ପାରିନଥିଲା । ଏବେ କିନ୍ତୁ ଆଲିଆ ଭଟ୍ଟ  ବଲିଉଡର ସଞ୍ଜୁ ରଣବୀର କପୁରଙ୍କ ପ୍ରେମରେ ଉବୁଟୁବୁ ।  ଏଣୁ ସିଦ୍ଧାର୍ଥ ମଧ୍ୟ ନିଜ ପାଇଁ ସାଥିଟିଏ ଏହା ମଧ୍ୟରେ ଖୋଜି ସାରିଲେଣି । ମିଳିଥିବା ଖବର ଅନୁସାରେ କିଆରା ଆଡଭାନୀଙ୍କ ସହ ସିଦ୍ଧାର୍ଥଙ୍କ ଘନିଷ୍ଠତା ବଢିବାରେ ଲାଗିଛି । ଏହି ଦୁଇଜଣଙ୍କୁ ଏବେ ପ୍ରାୟ ସବୁ ଯାଗାରେ ଏକାଠି ଦେଖିବାକୁ ମିଳୁଛି । 

  • Tags:

Subscribe

National International State Sports Entertainment