୧୧ ହଜାର ସ୍କ୍ରିନରେ ରିଲିଜ ହେବ ‘ସୁଲତାନ’, ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ’
Khabar Odisha:Salman-Anushuka-starrer-Sultal---to-be-release-in-China

ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡ଼ିଶା): ସଲମାନ ଖାଁ ଓ ଅନୁଷ୍କା ଶର୍ମା ଅଭୀନିତ ଫିଲ୍ମ ‘ସୁଲତାନ’ ଅଗଷ୍ଟ ୩୧ରେ ଚୀନରେ ରିଲିଜ ହେବାକୁ ଯାଉଛି । ଚୀନର ୧୧ ହଜାର ସ୍କ୍ରିନରେ ବଲିଉଡର ଏହି ହିଟ୍ ଫିଲ୍ମ ରିଲିଲ ହେବ । ଏଥି ପାଇଁ ନୂଆ ପୋଷ୍ଟର ରିଲିଜ ହୋଇ ସାରିଛି । ଏହା ଚୀନ ଭାଷାରେ ରିଲିଜ ହେବ । ଭାରତରେ ସମସ୍ତ ରେକର୍ଡ ସୃଷ୍ଟି କରିବା ପରେ ଏବେ ଚୀନରେ ଗୋଟିଏ ଦିନରେ ୪୦ ହଜାର ସୋ’ ଚାଲିବ । 

ଚୀନରେ ମଧ୍ୟ ଏହି ଫିଲ୍ମ ‘ସୁଲତାନ’ ନାମରେ ରିଲିଜ ହେବ । ୟଶ ରାଜ ଫିଲ୍ମ ଚୀନର ଡିଷ୍ଟ୍ରିବୁଟର କମ୍ପାନୀ ଇ-ଷ୍ଟାର ସହିତ ହାତ ବଢ଼ାଇଛି । ବ୍ୟବସାୟ ବିଶେଷଜ୍ଞ ତରଣ ଆଦର୍ଶ ଟୁଇଟ କରିଛନ୍ତି, ଚୀନର ୧୧,୦୦୦ ସ୍କ୍ରିନରେ ଏହା ରିଲିଜ ହେବ ଓ ଗୋଟିଏ ଦିନରେ ୪୦୦୦୦ ସୋ’ ଚାଲିବ । 

ସୂଚନାଯୋଗ୍ୟ ସୁଲତାନ ଭାରତରେ ୫୧୦୦ ସ୍କ୍ରିନରେ ପଦ୍ରର୍ଶିତ ହୋଇଥିଲା । ସଲମାନ ଖାଁଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’କୁ ୪୬୦୦  ସ୍କ୍ରିନରେ ରିଲିଜ କରାଯାଇଥିଲା । ଅମିର ଖାଁଙ୍କ ‘ଦଙ୍ଗଲ’କୁ ଭାରତରେ ୫୩୦୦ ସ୍କ୍ରିନରେ ଦର୍ଶକ ଦେଖିଥିଲେ । ସେହିପରି ଦଙ୍ଗଲ ଚୀନରେ ୯୦୦୦ ସ୍କ୍ରିନରେ ରିଲିଜ ହୋଇଥିଲା । ସୁଲତାନ ପ୍ରଥମ ବଲିଉଡ ଫିଲ୍ମ ହେବ ଜାହାକୁ ଚୀନ ନିଜର ଅଧିକାଂଶ ଫିଲ୍ମ ହଲରେ ଲଗାଇବ । 

 

  • Tags:

Subscribe

National International State Sports Entertainment