ସାବାସ ବିଜୁ ଚଳଚ୍ଚିତ୍ରର କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
Khabar Odisha:Sabash-Biju-CM-Naveen-Patnaik
ଭୁବନେଶ୍ୱର, ୦୪ ଅଗଷ୍ଟ (ଖବର ଓଡ଼ିଶା):

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚ୍ଚିବାଳୟରେ ସବାସ ବିଜୁ ଚଳଚ୍ଚିତ୍ରର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ତୋଷ ପଣ୍ଡା ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣୀତ ଏକ ବାଳକର କାହାଣୀ ଉପରେ ଆଦାରିତ । ବିଜୁ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ସାହସ ଓ ପରୋପକାର ଗୁଣରେ ପ୍ରଭାବିତ ହୋଇ ଏହି ବାଳକଟି କିପରି ବିଭିନ୍ନ ସାମାଜିକ ସେବା, ଜନକଲ୍ୟାଣ ଓ ସାମାଜିକ ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି, ତାହା ଏହି ଚଳଚ୍ଚିତ୍ରରେ ନିଖୁଣ ଭାବରେ ଦର୍ଶାଯାଇଛି। 

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସ୍ନେହେଲ ସୁଜୟ ମହାନ୍ତି, ଶୁଭାଙ୍ଗୀ ପଣ୍ଡା ଓ କଲ୍ୟାଣୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଥିଲେ। ଚଳଚ୍ଚିତ୍ରର ଏକ ପୋଷ୍ଟରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହି ଚଳଚ୍ଚିତ୍ରଟି ବେଶ ପ୍ରଶଂସିତ ହୋଇଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment