ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ସିନେମା ‘କେଶରୀ’ର ଟିଜର ରିଲିଜ
Khabar Odisha:Kesari-Movie-Teaser-Akshay-kumar--Fan-made--Battle-of-Saragarhi--Parineeti-chopra--Karan
ମୁମ୍ବାଇ, ଅକ୍ଟୋବର ୯, (ଖବର ଓଡିଶା)

ବଲିଉଡା ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ନୂଆ ସିନେମା ‘କେଶରୀ’ର ଫାର୍ଷ୍ଟ ଲୁକ୍‌ ପରେ ଟିଜର ରିଲିଜ  ହୋଇଯାଇଛି । ଅକ୍ଷୟ ନିଜ ସୋସିଆଲ ମିଡିଆରେ ଆକାଉଂଟରେ ଏହା ପୋଷ୍ଟ କରିଛନ୍ତି । ରିଲିଜ ପୋଷ୍ଟରରେ ଅକ୍ଷୟ ସର୍ଦ୍ଧାର ଲୁକରେ ନଜର ଆସିଛନ୍ତି । ପଗଡ଼ି ପିନ୍ଧା ଅକ୍ଷୟଙ୍କ ସହିତ କିଛି ପଞ୍ଜାବୀ ସେନା ହାତରେ ବନ୍ଧୁକ ଧରି ଥିବାର ନଜର ଆସୁଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ସହ ମୁଖ୍ୟ ଚରିତ୍ରରେ ନଜର ଆସିବେ ପରିଣୀତି ଚୋପ୍ରା।

 ନିର୍ମାତା କରଣ ଜୋହର, ଅରୁଣ ଭାଟିଆ,ହୀରୁ ୟଶ ଜୋହର୍‌,ଅପୂର୍ବା ମେହେଟ୍ଟା ଓ ସୁନୀଲ କ୍ଷେତ୍ରପଲଏହାର ପ୍ରଯୋଜକ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ।ସେପ୍ଟେମ୍ବର ୧୨ରେ ଏହାକୁ ରିଲିଜ୍‌ କରିବାର ଯଥାର୍ଥତା ବି ରହିଛି। କାରଣ ଏହି ତାରିଖଟି ହେଲା ସାରାଗଢ଼ି ଦିବସ । ଏଣୁ ଏହି ସେହି ଦିନ ହିଁ ଉକ୍ତ ସ୍ମରଣୀୟ ଦିବସକୁ ମନେ ପକାଇ ‘କେଶରୀ’ର ଫାର୍ଷ୍ଟଲୁକ୍‌ ଜାରି କରାଯାଇଛି ବୋଲି ସୁପରଷ୍ଟାର୍‌ ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାର ଫିଲ୍ମର ପୋଷ୍ଟର ଜାରି କରିସାରାଗଢ଼ିର ଶହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସେ ନିଜର ଟ୍ୟୁଟରରେ ‘କେସରୀ’ର ପୋଷ୍ଟର ସେଆର କରି ଲେଖିଛନ୍ତି;‘ଆଜି ମୋର ପଗଡ଼ି ବି କେଶରୀ,ଯେଉଁ ଲହୁ ବୋହିବ,ତାହା ବି କେଶରିଆ; ମୋର ଜବାବ୍‌ ମଧ୍ୟ କେଶରୀ। 

ଏହାର କ୍ଲାଇମେକ୍ସର ସୁଟ କରିବା ସମୟରେ ଅକ୍ଷୟଙ୍କୁ ଆଘାତ ଲାଗିଥିଲା । ଫିଲ୍ମ ସୁଟିଂର ୧୦ ଦିନ ପୂର୍ବରୁ ସେଟରେ ନିଆ ମଧ୍ୟ ଲାଗି ଯାଇଥିଲା । ‘କେସରୀ’ ୨୦୧୯ ମାର୍ଚ୍ଚ ୨୧ ତାରିଖରେ ରିଲିଜ୍‌ ହେବ ବୋଲି ଜଣା ଯାଇଛି। 

Subscribe

National International State Sports Entertainment