୨୦୧୮ର ସବୁଠାରୁ ବଡ ହିଟ ହୋଇପାରେ ୨.୦, ରିଲିଜ ପୂର୍ବରୁ ୧୨ ଲକ୍ଷ ଟିକେଟ ବିକ୍ରି ସହ ଆୟ କରିଛି ୩୭୦ କୋଟି
Khabar Odisha:Akshay-Kumar-And-Rajinikanth-Film-20-Film-Review-Social-Media-User-Reaction
ମୁମ୍ବାଇ, ନଭେମ୍ବର ୨୭, (ଖବର ଓଡିଶା)

 ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ସିନେମା ୨.୦ ରିଲିଜ ହୋଇ ସାରିଛି । ଏହି ସିନେମା ପାଇଁ ଫ୍ୟାନ ମାନେ କିପରି ଚାହିଁ ରହିଥିଲେ ତାହା ଆପଣ ଏହି ଘଟଣାରୁ ଜାଣି ପାରୁଥିବେ କି, ବର୍ତମାନ ପର୍ଯ୍ୟନ୍ତ ୧.୨ ମିଲିୟନ ମାନେ ୧୨ ଲକ୍ଷ ଟିକେଟ ବିକ୍ରି ହୋଇ ସାରିଛି । ଖାଲି ଏତିକି ନୁହେଁ । ଏସ ଶଙ୍କରଙ୍କ ସିନେମାକୁ ୧୩୦୦ ସ୍କ୍ରିନରେ ରିଲିଜ କରଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ରିଲିଜ ପୂର୍ବରୁ ଏହି ସିନେମା ୩୭୦ କୋଟିର ବ୍ୟବସାୟ କରିସାରିଛି । 

ସୂଚନା ଯୋଗ୍ୟ କି,  ଏହ ସିନେମାର ସ୍ୟାଟ ଲାଇଟ ରାଇଟସ, ଡିଜିଟାଲ  ରାଇଟସ ଓ ଡିଷ୍ଟ୍ରିବ୍ୟୁଶନ ମାଧ୍ୟମରେ ଏହି ଆୟ କରାଯାଇଛି ।  ଲାଇକା ପ୍ରଡକସନ ଏହି ସନେମା ସ୍ୟାଟ ଲାଇଟ ରାଇଟସ ୧୨୦ କୋଟିରେ ବିକ୍ରି ହୋଇଥିବା ବେଳେ ଡିଜିଟାଲ ରାଇଟସର ସମସ୍ତ ଭର୍ସନ(ହିନ୍ଦି ତମିଲ ଓ ତେଲୁଗୁ)ରେ ୬୦ କୋଟି ଟଙ୍କାରେ ବିକ୍ରି ହୋଇଛି । 

ଖାଲି ଏତିକି ନୁହେଁ, ଏହି ସିନେମାର ଆଡଭାନଓ ବୁକିଙ୍ଗ ମଧ୍ୟ  ନୂଆ ରେକର୍ଡ ତିଆରି କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସିନେମା ଅନେକ ସିନେମାର ଆୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିବ । ୨.୦ରେ ଅକ୍ଷୟ କୁମାର ପ୍ରଥମ ଥର ସାଉଥ ସିନେମାରେ ଅଭିନୟ କରିଛନ୍ତି ଓ ତାହା ପୁଣି ନେଗେଟିଭ ଚରିତ୍ରରେ । ଏହି ସିନେମାଟି ରଜନୀକାନ୍ତ ଓ ଐଶର୍ଯ୍ୟା ରାୟଙ୍କ ‘ରୋବଟ’ ଫିଲ୍ମର ସିକ୍ୟୁଏଲ ଅଟେ । ଏହି ସିନେମାର ବଜେଟ ୬୦୦ କୋଟି ବଜେଟରେ ତିଆରି ହୋଇଛି ବୋଲି କୁହାଯାଉଛି । ଏହି ସିନେମାର ଟ୍ରେଲରକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ । 

Subscribe

National International State Sports Entertainment