ୟୁପିଏସ୍‌ସି ପରୀକ୍ଷାରେ ବିଫଳ ପରେ ନକଲି ନୋଟ୍‌ କାରବାର, ୫ କୋଟି ନୋଟ୍‌ ଜବତ
Khabar Odisha:Couple-arrested-in-connection-with-fake-note

ରାୟପୁର, ଡିସେମ୍ବର ୦୩ (ଖବର ଓଡ଼ିଶା): ୟପିଏସ୍‌ସି ପରୀକ୍ଷାରେ ବିଫଳ ହେବା ପରେ ନକଲି ନୋଟ୍‌ କାରବାର କରୁଥିବା ଅଭିଯୋଗରେ ରାୟପୁର ପୁଲିସ ରବିବାର ଏକ ଦମ୍ପତ୍ତିକୁ ଗିରଫ କରିଛି। ପୁଲିସ ୨୦୦୦ ଟଙ୍କିଆ ସମ୍ବଳିତ ୫ କୋଟି ଟଙ୍କା ଜବତ କରିଛି। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବାରମ୍ବାର ବିଫଳ ହେବା ପରେ ଅଭିଯୁକ୍ତ ଦମ୍ପତ୍ତି କମ୍‌ ପରିଶ୍ରମରେ ଅଧିକ ଟଙ୍କା ରୋଜଗାର କରିବାର ରାସ୍ତା ଖୋଜୁଥିଲେ। ଏହାରି ମଧ୍ୟରେ ସେମାନେ ନକଲି ନୋଟ କାରବାର ରାସ୍ତା ପାଇଥିଲେ। ରାୟପୁରସ୍ଥିତ ନ୍ୟୁ ରାଜେନ୍ଦ୍ର ନଗର ଥାନା ଅନ୍ତର୍ଗତ ଅମଲାଡିହିରେ ଉଭୟ ଦମ୍ପତ୍ତି  ଏହି ନକଲି ନୋଟ୍‌ ଛପାଇବା କାରବାର କରୁଥିଲେ। 

ପୁଲିସ କହିଛି, ସିଦ୍ଧେଶ୍ୱର ପ୍ରସାଦ ସିଂହଙ୍କ ପୁଅ ନିଖିଲ କୁମାର ସିଂହ (୨୯) ନିଜର ସ୍ତ୍ରୀ ପୁନମ ଅଗ୍ରଓ୍ଵାଲ (୩୦)ଙ୍କ ସହିତ ନକଲି ନୋଟ୍‌ କାରବାର ଘଟଣାରେ ଗିରଫ କରାଯାଇଛି। ନକଲି ନୋଟ୍‌ ଛାପିବା ପାଇଁ ବ୍ୟବହାର କରାଯାଉଥିବା ମେସିନ ଏବଂ ଅନ୍ୟ ଜିନିଷ ମଧ୍ୟ ଜବତ ହୋଇଛି।

ପୁଲିସକୁ ଦମ୍ପତ୍ତି କହିଛନ୍ତି, ଏନ୍‌ଜିଓଙ୍କୁ ଯୋଗାଯୋଗ କରି ବଡ଼ ବଡ଼ କମ୍ପାନୀମାନଙ୍କୁ ସିଏସ୍‌ଆର କାମ ପାଇଁ ଟଙ୍କା ଦେଇ ପାରିବେ। ନିଜ ପାଖରେ ବହୁ ଟଙ୍କା ଥିବା ନେଇ ସେମାନେ ନକଲି ନୋଟ୍‌ର ଭିଡିଓ ମଧ୍ୟ ଦେଖାଉଥିଲେ। ଯୁବକ ଜଣକ ବିହାର ଅଞ୍ଚଳର ହୋଇଥିବା ବେଳେ ମହିଳା ଜଣକ ବିଲାସପୁର ଅଞ୍ଚଳର ବୋଲି ପୁଲିସ କହିଛି। 

  • Tags:

Subscribe

National International State Sports Entertainment