ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କର ଜୀବନ । ପଳାଶୁଣୀଠାରେ ରାସ୍ତା ପାର୍ ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ୨ ଜଣ ରାସ୍ତା ପାର୍ ହେଉଥିବା ସମୟରେ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରକ ଦୁଇ ଜଣଙ୍କୁ ଧକ୍କା ଦେଇ ପଳାଶୁଣୀରୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା । ଯାହାଫଳରେ ଗାହଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଓ ଟ୍ରକ ଚାଳକ ଫେରାର ଅଛନ୍ତି ।ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି ।
ଆଗକୁ ପଢ଼ନ୍ତୁ : ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ହାଇୱା