ଆଜି ମହୋଦଧିରେ ବୁଡ଼ ପକାଇ ପାପ ମୋଚନ କରିବେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ
Khabar Odisha:art-and-culture-odisha-today-Kansha-Actor-Bhubaneswar-pradhan-visits-puri
ବରଗଡ, ଜାନୁଆରୀ ୨୨(ଖବର ଓଡ଼ିଶା):

 ଶେଷ ହୋଇଛି ୭୦ତମ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି କୋଳାହଳମୟ ହୋଇଉଠିଥିବା ବରଗଡ ସହର ନୀରବ ହୋଇଯାଇଛି । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ତେବେ ଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଆଜି ମହୋଦଧିରେ ବୁଡ଼ ପକାଇ ପାପ ଧୋଇବା । ଏହା ସହିତ ଧନୁଯାତ୍ରାରେ ଧାରଣ କରିଥିବା ପଇତାକୁ ଭୁବନେଶ୍ୱର ତାକୁ ବିସର୍ଜନ କରିବେ । 

ସଫଳତାର ସହ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନ୍ତିମ ଦିନରେ କଂସବଧ ପରେ ଶେଷ ହୋଇଥିଲା । ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଥିବା କଟୁକଥା ପାଇଁ କ୍ଷମାପ୍ରାର୍ଥନା କରିବେ । ଶ୍ରୀ ପ୍ରଧାନ ମହୋଦଧିରେ ଗୋଧୋଇ ପାପ ଧୋଇବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରି କ୍ଷମାପ୍ରାର୍ଥନା କରିବେ । କଂସ ଭୁମିକାରେ ଅଭିନୟ କରି ଶ୍ରୀକୃଷ୍ଣଙ୍କ ପ୍ରତି କରିଥିବା ଅନେକ ଅନ୍ୟାୟ ଓ କଟୁ ମନ୍ତବ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ପାପ ମୋଚନ କରିବେ । 

Subscribe

National International State Sports Entertainment