ବରଗଡ଼: ବରଗଡ଼ ସହର ସ୍ଥିତ ଘୁଲିପାଲି ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କେହି ଦୁର୍ବୁତ୍ତ ଯୁବକଙ୍କ ଗଳା କାଟିବା ପରେ ରାସ୍ତା ଉପରେ ଫିଙ୍ଗି ଦେଇଛି । ଏନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକ ହେଲେ ଘୁଲିପାଲିର ଚନ୍ଦନ ରାଉତ । ଏନେଇ ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ନିଶା କାରବାର ପାଇଁ ହତ୍ୟା କରାଯାଇଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ବରଗଡ଼ ଟାନ ଥାନା ପୋଲିସ ।