ପୁରୀ : ଘନ କୁହୁଡ଼ିରେ ଲୁଚିଲା ପୁରୀ ଶ୍ରୀମନ୍ଦିର । ଆଜି ସକାଳେ ପ୍ରବଳ କୁହୁଡ଼ିରେ ପୁରୀର ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଲୁଚିଯାଇଛି । ଏହା ସହ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନାହିଁ । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି । ସେହିପରି ପୁରୀର ବଡ଼ ଦାଣ୍ଡ ଅଞ୍ଚଳରେ ମଧ୍ୟ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା ଭାରି କମିଯାଇଥିଲା। କମ ଦୃଶ୍ୟମାନତା ହେତୁ ସକାଳ ସମୟରେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥିବା ସହ ପଥଚାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ ପୁରୀ ନୁହେଁ, କୁହୁଡ଼ିର ପ୍ରଭାବ କୋଣାର୍କରେ ମଧ୍ୟ ଦେଖିବାକୁ ମିଳିଛି।
ଘନ କୁହୁଡ଼ି ଯୋଗୁଁ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଧ୍ୟ କୁହୁଡ଼ିରେ ଲୁଚିଯାଇଥିଲା, ଯାହା ପର୍ଯ୍ୟଟକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କୁହୁଡି ଯୋଗୁ ବିମାନ ଚଳାଚଳ ବି ପ୍ରଭାବିତ ହେଉଛି । ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଦିନ ୧୧ଟା ଯାଏ ବନ୍ଦ ରହିବ ଡଙ୍ଗା ଚଳାଚଳ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।