ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ତଟରୁ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ତୁଷୁରା ଥାନା ଦେଓଲଗୁଡିର ବ୍ୟବସାୟୀ ନଟରାଜ ଥନାପତି ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଶୁକ୍ରବାର ବିଲମ୍ବିତ ରାତିରେ ତୁଷୁରା ପୁଲିସ ପେଟ୍ରେ।ଲିଂ କରୁଥିବା ବେଳେ ନଦୀ ଉପରେ ଏକ ବାଇକ ଥିବା ଦେଖିଥିଲେ। ପରେ ତଳକୁ ଦେଖିବାରୁ ଜଣକ ମୃତ ଦେହ ପଡିଥିବା ଦେଖିଥିଲେ। ତେବେ ଯୁବକ ଜଣକ ଦେଓଲଗୁଡିର ବୋଲି ପରିଚୟ ମିଲିବାରୁ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତେବେ ତୁଷୁରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଏଯାବତ ଜଣାପଡିନାହିଁ ।