ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକାଧିକ ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ସହରରେ ଚକ ଅଖ ଜାମ୍ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୂଚନା ମୁତାବିକ, ବ୍ରହ୍ମପୁରର ବଡ଼ବଜାର ଥାନା ଧୋବା ବନ୍ଧହୁଡ଼ା ଭେଣ୍ଡିଂ ଜୋନ୍ରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଗୋଟିଏ ଦୋକାନରେ ନିଆଁ ଲାଗି ବ୍ୟାପିବା ପରେ, ଏହା ଅନ୍ୟ ଦୋକନକୁ ମାଡି ଯାଇଛି। ଫଳରେ ୫ରୁ ଅଧିକ ଦୋକାନ ଜଳି ଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲାମ ତାହାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।
ଭେଣ୍ଡିଂଜୋନରେ ଥିବା ପରିବା ଦୋକାନ, ଡ୍ରେସ ଦୋକାନ, ଓଲ୍ଡିଂ ଦୋକାନରେ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ବ୍ରହ୍ମପୁର ପ୍ରବେଶ ପଥରେ ଥିବା ଫାଷ୍ଟଗେଟ ଏବଂ ହରିଡ଼ାଖଣ୍ଡି ଛକରେ ଟ୍ରାଫିକ ଜାମ୍ ହୋଇଛି। ବ୍ରହ୍ମପୁର-ଆସିକା ୫୯ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାରେ ମଧ୍ୟ ଯାତାୟତରେ ବାଧା ଉପୁଜିଛି । ବର୍ତମାନ ମଧ୍ୟ ନିଆଁ ଲିଭା ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।