ଭୁବନେଶ୍ୱର: ସେୟାର୍ ଟେଡ୍ରିଂ ନାଁରେ କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ଜଣଙ୍କୁ ଗିରଫ କରିଛି । ଇଓଡବ୍ଲ୍ୟୁ ପଶ୍ଚିମବଙ୍ଗରୁ ଏହି ଠକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ବାଙ୍କୁଡାର ଅମିତ ମଣ୍ଡଳ । ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଇଓଡବ୍ଲ୍ୟୁ ଓଡ଼ିଶା ଆଣିଛି । ଅମିତ ୪୦ କୋଟି ଠକେଇ କରିଥିବା ଅଭିଯୋଗ ହୋଇଛି ।
ଅମିତ ମଣ୍ଡଳ କଳ୍ପନା ଫାଇନାନ୍ସ ସର୍ଭିସେସ୍ ନାଁରେ ସଂସ୍ଥା ଖୋଲି ଲୋକଙ୍କୁ ଠକୁଥିଲା । ଅନଲାଇନ୍ ଟ୍ରେଡ଼ିଂରେ ଟଙ୍କା ବିନିଯୋଗ କଲେ ୩.୫ରୁ ୭ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲା । ୨ଟି ଆକାଉଣ୍ଟରେ ଅମିତ୍ ଲୋକଙ୍କଠାରୁ ଟଙ୍କା ନେଉଥିଲା କିନ୍ତୁ ଆଉ ଫେରସ୍ତ କରୁନଥିଲା । ତାର ଦୁଇଟି ମଡ୍ୟୁଲ କାମ କରୁଥିଲା । ୨୦୨୨ରୁ ୨୦୨୪ ମଧ୍ୟରେ ଓଡ଼ିଶାର ୫୦୦ ଓ ପଶ୍ଚିମବଙ୍ଗର ୧୦୦ ଜମାକାରୀଙ୍କଠାରୁ ୧୨୦ କୋଟି ଠକିଥିବା ଅଭିଯୋଗ ହୋଇଛି ।ଯେଉଁଥିରେ ଓଡ଼ିଶାରୁ ପ୍ରାୟ ୪୦ କୋଟି ଠକେଇ କରିଥିବା ଜଣାପଡ଼ିଛି ।