କେନ୍ଦ୍ରାପଡ଼ା: ନୂଆବର୍ଷ ଅବସରରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା | କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି |
ଅଧିକାରୀ ମାନେ ନିଜ ନିଜ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଯେପରିକି ଅଡ଼ିଟରିୟମ ନିର୍ମାଣ, ଅତିଥି ଭବନ, ଇଣ୍ଡୋର ହଲ, ସୁଇମିଂ ପୁଲ୍ ନିର୍ମାଣ, ଶୀତଳ ଭଣ୍ଡାର, ନୂତନ ରାସ୍ତା ନିର୍ମାଣ ସହିତ ଅନ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥଇଲେ | ଏହା ସହ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି | ପ୍ରତ୍ୟେକ ବିଭାଗର ସଫଳତା ହିଁ ଜିଲ୍ଲାର ସଫଳତା ବୋଲି ଜିଲ୍ଲାପାଳ କହିଛନ୍ତି | ବୈଠକରେ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ |
ଅଧିକ ପଢନ୍ତୁ : ଗୁଆଳିନାସି ମହାନଦୀରେ ବୁଲୁଛି କୁମ୍ଭୀର