ପୁରୀ: ଚିଲିକା ହ୍ରଦରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଘମ କୁହୁଡ଼ି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କୁହୁଡ଼ି ନ କମିବା ଯାଏଁ ଡଙ୍କ ଚଳାଚଳ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିବହନ ନ କରିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମସ୍ତଙ୍କୁ ସୂଚିତ କରାଯାଇଛି ।
ଘନ କୁହୁଡ଼ି ଯୋଗୁଁ ଚିଲିକାରେ ବାରମ୍ବାର ଅଘଟଣା ଘଟୁଛି । ଗତକାଲି ଚିଲିକା ମଝିରେ ଏକ ଭସାପୋଲ ଫସି ଯାଇଥିଲା । ସେଥିରୁ ଜଣେ ଯାତ୍ରୀ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଶାସନର ନିର୍ଦ୍ଦେଶକୁ ଯିଏ ଅବମାନନା କରିବ ତା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।