ସାଲେପୁର : ଗୁଆଳିନାସି ମହାନଦୀରେ କୁମ୍ଭୀର ଆତଙ୍କ । କଟକ ଜିଲ୍ଲା ସାଲେପୁର ଗୁଆଳିନାସି ମହାନଦୀରେ ପଠାରେ ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଥିଲା କୁମ୍ଭୀର । କୁମ୍ଭୀରକୁ ଦେଖିବାପରେ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଗୁରୁବାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଲକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ମହାନଦୀ ପାଣିରେ ଏକ କୁମ୍ଭୀର ବୁଲୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏମିତିକି ସ୍ଥାନୀୟ ଲୋକଙ୍କ ଚାଷ ଜମି ଥିବା ବେଳେ ବିଲକୁ ଯିବା ପାଇଁ ଭୟଭୀତ ହେଉଛନ୍ତି ଲୋକେ । ଏଥିସହ ନଦୀରେ ଦୈନଦିନ ନିତ୍ୟକର୍ମ କରିବାକୁ ବି ଭୟ କରୁଛନ୍ତି ।
ଅଧିକ ପଢନ୍ତୁ : ନିଆଁରୁ ରକ୍ଷା ପାଇବା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ପଡ଼ିଲେ ଭାରତୀୟ ଛାତ୍ର