ଭୁବନେଶ୍ୱର: ଆଜି ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଡାକ୍ତର ହରେକୃଷ୍ଣ ମହତାବଙ୍କର 39ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବିଧାନସଭାରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କହିଛନ୍ତି ଯେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ, ସାମ୍ବାଦିକ, ଐତିହାସିକ ଓ ଜନପ୍ରିୟ ଲୋକ ନେତା ଥିଲେ । ସେ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ । ସ୍ୱାଧୀନତାଠାରୁ ଆରମ୍ଭ କରି ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ କିପରି ହେବ ଦେଶ ପାଇଁ କାମ କରିଥିଲେ । ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ଶେଷ ପ୍ରଧାନମନ୍ତ୍ରୀ ଓ ବମ୍ବେର ରାଜ୍ୟପାଳ ଥିଲେ । ଜଣେ ରାଷ୍ଟ୍ରନୀତିଜ୍ଞ ଓ ଜନ ସେବକ ହିସାବରେ ସେ ଚୀର ସ୍ମରଣୀୟ ହୋଇ ରହିଛନ୍ତି । ଆଧୁନିକ ଓଡ଼ିଶା ଗଠନ ପାଇଁ ସରକାର ଯେଉଁ ସଂକଳ୍ପ ନେଇଛନ୍ତି, ସେଥିରେ ରାଜ୍ୟ ସରକାର ହରେକୃଷ୍ଣ ମହାତାବଙ୍କ ମାର୍ଗଦର୍ଶନରେ କାମ କରିବେ ।