ଭୁବନେଶ୍ୱର: ନୂତନ ଉନ୍ନୟନ ଆୟୁକ୍ତ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରେ ଦେଓରଞ୍ଜନ ଏହି ଆସନ ଅଳଙ୍କୃତ କରିଛନ୍ତି ।
ଉନ୍ନୟନ କମିଶନର ଥିବା ଅନୁ ଗର୍ଗଙ୍କ ମୁଖ୍ୟ ଶାସନ ସଚିବ ପଦ ମିଳିବା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତକାଲି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ନୂତନ ଉନ୍ନୟନ ଆୟୁକ୍ତଭାବେ ଦାୟିତ୍ୱ ମିଳିଥିଲା । ଏହା ସହିତ ଯୋଜନା ଏବଂ ସଂଯୋଜନା ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି ।