ରାଉରକେଲା: ଓଡ଼ିଶାରୁ ଅଯୋଧ୍ୟା ଯିବ ପ୍ରଭୁ ଶ୍ରୀରାମଙ୍କ ସ୍ୱର୍ଣ୍ଣ “କୋଦଣ୍ଡ ଧନୁ” । ରାଉରକେଲା ସହରରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ କାର୍ଯ୍ୟକ୍ରମ ପରେ ପରିକ୍ରମାରେ ବାହାରିବ ସ୍ୱର୍ଣ୍ଣ କୋଦଣ୍ଡ ଧନୁ । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିବସରେ କୋଦଣ୍ଡ ଧନୁ ସ୍ଥାପନା କରାଯିବ । ଆଜିଠାରୁ ରାଉରକେଲା ସହରର ହନୁମାନ ବାଟିକାରୁ କୋଦଣ୍ଡ ଧନୁର ଶୋଭାଯାତ୍ରା ବାହାରିବ ଏବଂ ରାଜ୍ୟର ୩୦ଟି ଜିଲ୍ଲା ପରିକ୍ରମା କରିବ । ୧୯ ତାରିଖ ସୁଦ୍ଧା ପୁରୀରେ ପହଁଚିବ । ସେଠାରୁ ସିଧାସଳଖ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ସନାତନ ଜାଗରଣ ମଞ୍ଚ ସମ୍ପାଦକ ବିଭୂ ପ୍ରସାଦ ସାହୁ । ଯାହାକୁ ନେଇ ଶ୍ରୀରାମଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟର ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ।
ସନାତନ ଜାଗରଣ ମଞ୍ଚ ପକ୍ଷରୁ ସ୍ୱର୍ଣ୍ଣ କୋଦଣ୍ଡ ଧନୁ ପ୍ରସ୍ତୁତ କରାଯାଇଚି । ସ୍ୱର୍ଣ୍ଣ ସହିତ ଅନ୍ୟାନ୍ୟ ଧାତୁରେ ନିର୍ମିତ ହୋଇଚି । ଯେଉଁଥିରେ ତମ୍ବା, ରୁପା, ଲୁହା ଓ ଜିଙ୍କ୍ ଧାତୁ ବ୍ୟବହାର କରାଯାଇଛି । ଏଥିରେ ୬ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଛି । ଯାହାର ଲମ୍ବ ୮ ଫୁଟ, ଉଚ୍ଚତା ୩ ଫୁଟ ଏବଂ ଓଜନ ୨୩୫ କିଲୋଗ୍ରାମ ରହିଛି ।
ଏହି କୋଦଣ୍ଡ ବୀରତ୍ୱ, ସାହସ ଏବଂ ସନାତନ ଧର୍ମର ପ୍ରତୀକ । ଏଥିରେ ଦେଶ ପାଇଁ କାର୍ଗିଲ୍ ଯୁଦ୍ଧ ଏବଂ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୧୭୫୦ ବୀର ଯବାନଙ୍କ ନାମ ଲେଖାଯାଇଛି । ସନାତନ ଧର୍ମ ଏବଂ କୋଦଣ୍ଡ ଧନୁର ମହତ୍ୱଙ୍କୁ ଭବିଷ୍ୟତ ପୀଢ଼ିଙ୍କ ପାଖରେ ପହଁଚାଇବାକୁ ଲକ୍ଷ୍ୟ ରଖାଯାଇଛି ।