ଭୁବନେଶ୍ବର: ବିଦାୟୀ ବର୍ଷ ୨୦୨୫ରେ ନନ୍ଦନକାନନ ପରିଦର୍ଶକଙ୍କ ଆଗମନରେ ଏକ ଐତିହାସିକ ସଫଳତା ରେକର୍ଡ କରିଛି। ବର୍ଷକରେ ମୋଟ ୪୦,୨୦,୫୩୯ ପରିଦର୍ଶକ ନନ୍ଦନକାନନ ପରିଦର୍ଶନ କରିଥିଲେ, ଯାହା ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ହୋଇଥିବା ସର୍ବାଧିକ ପରିଦର୍ଶକଙ୍କ ପରିସଂଖ୍ୟାନ ଅଟେ। ୨୦୨୫ରେ ନନ୍ଦନକାନନକୁ ସର୍ବକାଳୀନ ରେକର୍ଡ ସଂଖ୍ୟକ ପରିଦର୍ଶକଙ୍କ ଆଗମନ ନିଶ୍ଚୟ ଏକ ଶୁଭ ସଙ୍କେତ ଦେଉଛି।
୨୦୨୫ରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ବୁଲିଛନ୍ତି ମୋଟ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ। ସେହିପରି ବଟାନିକାଲ ଗାର୍ଡେନ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଥିଲା। ମୋଟ ୧ ଲକ୍ଷ ୭୭ ହଜାର ୫୧୧ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ବୁଲିଥିବା ସୂଚନା ମିଳିଛି।
ବିଗତ ବର୍ଷରେ ରେକର୍ଡ ୨୩.୨୩ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି ନନ୍ଦନକାନନ। ୨୦୨୪ ତୁଳନାରେ ଏହି ରାଜସ୍ୱ ୧.୦୬ କୋଟି ଅଧିକ ହୋଇଛି । ଗତ ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ। ୨୨.୧୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।
ଅଧିକ ପଢନ୍ତୁ: ବର୍ଷର ଶେଷ ୭ ଦିନରେ ପିଇଲେ ୩୨ କୋଟି ଟଙ୍କାର ମଦ; ଡିସେମ୍ବର ୨୫ ଠାରୁ ‘ଜିରୋ ନାଇଟ୍’ ଯାଏଁ ବିଭିନ୍ନ କ୍ଲବ, ପବରେ ଭିଡ଼