ଭୁବନେଶ୍ୱର : ୨୦୨୬ ବର୍ଷର ଆଗମନ ହୋଇସାରିଛି। ସାରା ବିଶ୍ୱର ଲୋକ ନୂଆବର୍ଷକୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି। ବାଣ ଫୁଟାଇ, ଆତସବାଜୀରେ କମ୍ପିଉଠିଲା ଗାଁଠୁ ସହର। ଖାଦ୍ୟ, ପେୟ ସାଙ୍ଗକୁ ନାଚଗୀତର ମଜା ନେଇ ଲୋକେ ନୂଆବର୍ଷକୁ ଉତ୍ସବ ଭଳି ପାଳନ କରିଛନ୍ତି। ସେପଟେ ନବବର୍ଷରେ ଆମିଷ ବଜାର ଖାଁ ଖାଁ ଦେଖିବାକୁ ମିଳିଛି। କାରଣ ନୂଆବର୍ଷଟି ଗୁରୁବାର ପଡୁଥିବାରୁ ଲୋକଙ୍କର ଆମିଷ ପ୍ରତି ଟିକେ ଆଗ୍ରହ କମିଯାଇଛି।
ତେବେ ନୂଆବର୍ଷଟି ଆମିଷ ବାର ହୋଇନଥିବାରୁ ବିଦାୟୀ ବର୍ଷରେ ମନପୁରା ଆମିଷ ଖାଇଛନ୍ତି ଲୋକେ। ମାଛ, ମାଂସର ସ୍ୱାଦ ନେବାକୁ ରାଜଧାନୀବାସୀ ବର୍ଷ ଶେଷରେ ହାତଖୋଲା ଖର୍ଚ୍ଚ କରିଛନ୍ତି। ଡିସେମ୍ୱର ୩୧ ଆମିଷ ବାର ବୁଧବାର ପଡ଼ିଥିବାରୁ ଆମିଷପ୍ରେମୀଙ୍କୁ ବେଶ ସୁହାଇଥିଲା। ରାଜଧାନୀରେ ୨୦୨୫ ଶେଷ ଦିନରେ ୭ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ଆମିଷ ବିକ୍ରି ହୋଇଛି। କିନ୍ତୁ ଆଜି ଟିକେ ଆମିଷ ବଜାର ଜନଶୂନ୍ୟ ହୋଇପଡିଛି। ଆଜି ଆମିଷ ବେପାରୀଙ୍କ ବେପାର ମାନ୍ଦା ପଡିଛି।
ଅଧିକ ପଢନ୍ତୁ : ଘନ କୁହୁଡ଼ି ପାଇଁ ମଝି ଚିଲିକାରେ ଅଟକିଲା ଭସାପୋଲ