ନୂଆଦିଲ୍ଲୀ: ନୂଆ ବର୍ଷ ପାଇଁ କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶାର ପ୍ରଗତି ପାଇଁ ଏକ ବଡ଼ ଭେଟି ଦେଇଛନ୍ତି । ଜାତୀୟ ରାଜପଥ-୩୨୬ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ରାଜ୍ୟର ଜାତୀୟ ରାଜପଥ ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣ ପ୍ରସ୍ତାବ ଅନୁମୋଦିତ ହୋଇଛି । ମୋଟ ନାସିକ-ସୋଲାପୁର ୬ ଥାକିଆ ଗ୍ରୀନ୍ କରିଡର ରାସ୍ତା ନିର୍ମାଣ ଏବଂ ଓଡ଼ିଶାର ଏନଏଚ୍-୩୨୬ ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣକୁ ଅନୁମୋଦନ କରିଛି । ଏଥିପାଇଁ ୨୦,୬୮୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶାରେ ଘଐ-୩୨୬ ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣକୁ ଅନୁମୋଦନ କରିଛି । ଏହା ଗଜପତି, ରାୟଗଡ଼ା ଓ କୋରାପୁଟର ଯାତାୟତକୁ ସୁଗମ କରିବା ସହିତ ସଂଯୋଗୀକରଣକୁ ଉନ୍ନତ କରିବ । ଦୀର୍ଘ ୬୮ କିଲୋମିଟର ୬୦୦ ମିଟର ଦୈର୍ଘ୍ୟରୁ ୩୧୧ କିଲୋମିଟର ୭୦୦ ମିଟର ପର୍ୟ୍ୟନ୍ତ ବୃଦ୍ଧି କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୨୦୬.୨ କିଲୋମିଟର ରାସ୍ତା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଗଜପତି, ରାୟଗଡା ଏବଂ କୋରାପୁଟରେ ଯାତାୟାତକୁ ସୁଗମ କରିବ ଏବଂ ସଂଯୋଗୀକରଣକୁ ଉନ୍ନତ କରିବ । ଦୁଇ ଥାକିଆ ବିଶିଷ୍ଟ ରାସ୍ତା ଦୁଇ ଥାକିଆ ରାଜପଥରେ ପରିଣତ ହେବ । ଏଥିପାଇଁ ୧୫୨୬.୨୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଅନୁଯାୟୀ, ଯେଉଁଥିରେ ସିଭିଲ୍ ନିର୍ମାଣ ପାଇଁ ୯୬୬.୭୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ବର୍ତ୍ତମାନ ଏନ୍ଏଚ୍-୩୨୬ର ମୋହନା-ଗଜପତି ରାସ୍ତା ଅତ୍ୟନ୍ତ ଜରାଜୀର୍ଣ୍ଣ ଏବଂ ସଙ୍କୀର୍ଣ୍ଣ ଅଟେ । ଭାରୀଯାନ ଚଳାଚଳରେ ଅନେକ ଅସୁବିଧା ହୁଏ । କ୍ୟାବିନେଟ ଉଲ୍ଲେଖ କରିଛି ଯେ ଏହି ଉନ୍ନତି ଜ୍ୟାମିତିକ ସଂଶୋଧନ, ଫୁଟପାଥ୍ ସୁଦୃଢ଼ୀକରଣ ଏବଂ ଦୁର୍ଘଟଣା ପ୍ରବଣ ବ୍ଲାକ୍ ସ୍ପଟ୍ ଗୁଡ଼ିକୁ ଦୂର କରି ଏହି ସମସ୍ୟାଗୁଡ଼ିକର ସମାଧାନ କରିବ, ଯାହା ସୁଗମ ଏବଂ ନିରବଚ୍ଛିନ୍ନ ଟ୍ରାଫିକ ପ୍ରବାହକୁ ଅନୁମତି ଦେବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଯାତ୍ରା ସମୟ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ତତସହିତ ରାସ୍ତା ସୁରକ୍ଷାରେ ମଧ୍ୟ ଉନ୍ନତି ଆଣିବ । ମାଲ ପରିବହନ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ସମଗ୍ର ଅଞ୍ଚଳରେ ଯାତ୍ରୀ ଯାତ୍ରାକୁ ଅଧିକ ନିର୍ଭରଯୋଗ୍ୟ କରିବ। ଅଧିକାରୀମାନେ କହିଛନ୍ତି ଯେ ଏହି ପ୍ରକଳ୍ପ ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶରେ, ବିଶେଷକରି ଆଦିବାସୀ ଏବଂ ଆକାଂକ୍ଷୀ ଅଞ୍ଚଳରେ, ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ପ୍ରଶସ୍ତିକରଣ ହେବାକୁ ଥିବା ଏନଏଚ୍-୩୨୬, ଏନ୍ଏଚ୍-୨୬, ଏନ୍ଏଚ୍-୫୯ ଏବଂ ଏନ୍ଏଚ୍-୧୬ ଭଳି ପ୍ରମୁଖ ଜାତୀୟ ରାଜପଥଗୁଡ଼ିକୁ ଉତ୍ତମ ସଂଯୋଗ ପ୍ରଦାନ କରିବ ଏବଂ ରାୟପୁର-ବିଶାଖାପାଟଣା କରିଡର ସହିତ ସଂଯୋଗକୁ ସୁଦୃଢ଼ କରିବ । ଏହା ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଏବଂ ନିକଟବର୍ତ୍ତୀ ରେଳ ଷ୍ଟେସନ ସହିତ ଯୋଗାଯୋଗକୁ ସହଜ କରିବ ।