ଭୁବନେଶ୍ୱର: ନୂଆ ବର୍ଷରେ ଦେଖିବାକୁ ମିଳିଛି ରାଜଧାନୀର ନୂଆ ରୂପ। ସାରା ରାଜ୍ୟରେ ଆଜି ଦେଖିବାକୁ ମିଳିଛି ଘନ କୁହୁଡି। ଏହି ଘନ କୁହୁଡି ପ୍ରଭାବରେ ବିମାନ ଚଳାଚଳ ପ୍ରଭାବିତ। ରନୱେରେ ଅଟକିଛି ଏକାଧିକ ବିମାନ। ଘନ କୁହୁଡ଼ି ଯୋଗୁଁ ଉଡ଼ିପାରୁନି ବିମାନ । ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ। ସକାଳୁ ଉଡ଼ିଛି ମାତ୍ର ଗୋଟିଏ ବିମାନ।
ତେବେ ସକାଳ ୫ଟାରୁ ୭ଟା ମଧ୍ୟରେ ହଠାତ୍ କୁହୁଡ଼ି ଏତେ ମାତ୍ରାରେ ବଢିଯାଇଥିଲା ଯେ ଚାଳକଙ୍କ ପାଇଁ ଗାଡି ଆଗକୁ ବଢାଇବା କଷ୍ଟସାଧ୍ୟ ହୋଇଥିଲା । ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା। ଆଗାମୀ ୪ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବ। ତେବେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଉପକୂଳରୁ ଉପାନ୍ତ ଉତ୍ତରରୁ ଦକ୍ଷିଣ ସବୁଠି ତଳମୁହାଁ ପାରଦ। ସମତଳ ଅଞ୍ଚଳରେ ୬.୨ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ସେହିପରି ପାର୍ବତ୍ୟାଞ୍ଚଳ ଜି. ଉଦୟଗିରିର ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି। ଏପରିକି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିର ଠାରୁ ୩ରୁ ୫ ଡିଗ୍ରି ତଳେ ରହିଛି। ପ୍ରବଳ ଶୀତ ଓ ଘନ କୁହୁଡ଼ି ପାଇଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ସେହିପରି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି।