ସମ୍ବଲପୁର: ପାଦ ଥାପିଲା ନୂଆ ବର୍ଷ । ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ଠାକୁରଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଏହି ଅବସରରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଭୋର ପାଞ୍ଚଟାରେ ମନ୍ଦିର ପହୁଡ଼ ଖୋଲାଯାଇ ରୀତିନୀତ ଅନୁଯାୟୀ ମାଆଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ଏହାପରେ ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୬ଟାରେ ମନ୍ଦିର ଗେଟ ଖୋଲାଯାଇଥିଲା । ତେବେ ନବ ବର୍ଷରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି ।