ପୁରୀ/ବ୍ରହ୍ମଗିରି: କୁହୁଡ଼ି ପାଇଁ ମଝି ଚିଲିକାରେ ଅଟକଲା ଭସାପୋଲ। ମଝି ଚିଲିକାରେ କିଛି ସମୟ ପାଇଁ ଅଟକିଲା ଭସାପୋଲ। ଏହି ତ୍ରୁଟି ପାଇଁ ଯାତ୍ରୀମାନେ କିଛି ସମୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁଯାୟୀ, ଭସାପୋଲ କିଛି ଯାତ୍ରୀଙ୍କୁ ନେଇ ବ୍ରହ୍ମଗିରିରୁ ଚିଲିକା ଅଭିମୁଖେ ଯାଉଥିଲା। କିନ୍ତୁ କୁହୁଡ଼ି ପାଇଁ ମଝି ଚିଲିକାରେ ଫସିଯାଇଥିଲା ଭସାପୋଲ। ପ୍ରବଳ କୁହୁଡ଼ି ପାଇଁ ରାସ୍ତା ଜାଣିନପାରି ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା। ଯାହାର ଫଳସୂରୂପ କିଛି ସମୟ ପାଇଁ ମଝି ଚିଲିକାରେ ଅଟକି ଯାଇଥିଲା ଭସାପୋଲ । ଏହାପରେ ତୁରନ୍ତ ଭସାପୋଲଟି ନିଜ ରାସ୍ତା ଅଭିମୁଖେ ବାହାରିଥିଲା।