ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଥିପାଇଁ ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ପୁଡ ପାର୍କ ନିର୍ମାଣ ହେବ।
ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଥିଲେ। ଲେକ୍ ଜୋନ୍ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି।
ଅଧିକ ପଢନ୍ତୁ: ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର