ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏଠାରେ ବିରାଟ ମହିଳା ସମବେଶକୁ ସେ ସମ୍ବୋଧନ କରିବେ। ତେବେ ମାର୍ଚ୍ଚ ମାସର କେଉଁ ତାରିଖରେ ଆସିବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ।
ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ। ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ। ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ ହେବ। ଏହା ପରେ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ କଂଗ୍ରେସ ଯୋଜନା କରିଛି। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।
ତେବେ କଂଗ୍ରେସର ସଂଗଠନକୁ ଦୃଢ କରିବାରେ ଲାଗିଛି ଦଳ। ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବ ପ୍ରିୟଙ୍କା। ତେବେ ଏଥିରେ କଣ ରଣନୀତି ରହିବ ସେନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ।
ଅଧିକ ପଢନ୍ତୁ: ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର; ବଦଳିଛି ବର୍ଷ ୨୦୨୫, ନୂଆ ଆଶା ନେଇ ଆସିଛି ନୂଆବର୍ଷ ୨୦୨୬