ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭରୁ ସ୍ୱିଜରଲ୍ୟାଣ୍ଡ ଭୟଙ୍କର ବିସ୍ଫୋରଣରେ ଥରି ଉଠିଛି । କ୍ରାନ୍ସ ମୋଣ୍ଟାନା ସହରରେ ଥିବା ଏକ ବାରରେ ବିସ୍ଫୋରଣ ହୋଇଛି । ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।
ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ ଚାଲିଥିବାବେଳେ ବିସ୍ଫୋରଣର ଖବର ଆସିଥିଲା । କ୍ରାନ୍ସ ମୋଣ୍ଟାନା ସହରରେ ଥିବା ଲେ କନଷ୍ଟେଲେସନ୍ ରିସର୍ଟର ବାରରେ ରାତି ୧.୩୦ରେ ବିସ୍ଫୋରଣ ହୋଇଥିଲା । ଏହି ବାର୍ ସାଧାରଣତଃ ରାତି ୨.୦୦ଟା ପର୍ୟ୍ୟନ୍ତ ଖୋଲା ରହିଥାଏ । ଏଥିରେ ଏକାକାଳୀନ ୪୦୦ ଲୋକ ରହିବାର କ୍ଷମତା ରହିଛି। ଖବର ପାଇ ପୋଲିସ, ଆମ୍ବୁଲାନ୍ସ ଏବଂ ଏୟାର ଗ୍ଲାଲସିୟର ହେଲିକପ୍ଟର ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ତଥାପି ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପୋଲିସ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ କରିଛନ୍ତି ।