ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ଧରୁ ନାହିଁ । ବର୍ଷର ଶେଷ ରାତିରେ ଜଣେ ହିନ୍ଦୁଙ୍କୁ ଛୁରି ଭୁସିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ଉଦ୍ୟମ କରିଛନ୍ତି । ବ୍ୟକ୍ତି ଜଣକ ପୋଖରୀକୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି ।
ପରେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଖୋକନ ଚନ୍ଦ୍ର ଦାସ ଶରୀୟତପୁରସ୍ଥିତ କେଉରଭଙ୍ଗା ବଜାରରେ ଏକ ଫାର୍ମା ଦୋକାନ କରିଥିଲେ । ବୁଧବାର ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ଫେରୁଥିବାବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ତାଙ୍କୁ ଘେରି ଯାଇ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ଛୁରିରେ ଆକ୍ରମଣ କରିଥିଲେ । ଏହା ପରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ଖୋକନ ପ୍ରାଣ ବଞ୍ଚାଇବାକୁ ଯାଇ ନିକଟରେ ଥିବା ଏକ ପୋଖରୀକୁ କୁଦା ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହା ଚଳିତ ସପ୍ତାହରେ ଦ୍ୱିତୀୟ ଘଟଣା ଅଟେ ।
ପ୍ରକାଶ ଯୋଗ୍ୟ, ଗତ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ଏହା ପରେ ତାଙ୍କୁ ଏକ ଗଛରେ ବାନ୍ଧି ନିଆଁ ଲଗାଇଦେଇଥିଲେ । ସେହିପରି ୨୪ ଡିସେମ୍ବରରେ ଅମୃତ ମଣ୍ଡଳ (୨୯) ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଡିସେମ୍ବର ୨୯, ଗତ ସୋମବାର ବିଜେନ୍ଦ୍ର ବିଶ୍ୱାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ତାଙ୍କ ସହକର୍ମୀମାନେ ଗୁଳି କରି ହତ୍ୟା କରିଥିଲେ ।