ଭୁବନେଶ୍ୱର: ନୂତନ ବର୍ଷ ଆରମ୍ଭରୁ ବିଜୁ ଜନତା ଦଳର ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ସରଗରମ ହୋଇଛି । ଓଡ଼ିଶାବାସୀ ଯାହାକୁ ବାଛିବେ ସେ ହିଁ ଓଡ଼ିଶାର ସ୍ୱାର୍ଥ ଜଗିବ । ନବୀନ ବାବୁ ନିଜେ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବରିଷ୍ଠ ନେତା ଅଶୋକ ପଣ୍ଡା ।
ଶ୍ରୀଯୁକ୍ତ ପଣ୍ଡା ଆଜି ନବ ବର୍ଷ ଉପଲକ୍ଷେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜୁ ବାବୁ ଉତ୍ତରାଧିକାରୀ ବାଛିନଥିଲେ । ଓଡ଼ିଶାବାସୀ ନବୀନ ବାବୁଙ୍କୁ ଗ୍ରହଣ କରିଥିଲେ । ନବୀନ ବାବୁ ନିଜେ କହିଥିଲେ ଓଡ଼ିଶା ଉତ୍ତରାଧିକାରୀ ବାଛିବେ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଗ୍ରହଣୀୟତା । ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ସେ ହିଁ ଓଡ଼ିଶାର ସ୍ୱାର୍ଥକୁ ଜଗିବ । ଆମର ଜଣେ ନେତା ସେ ହିଁ ନବୀନ ପଟ୍ଟନାୟକ । ତାଙ୍କରି ନେତୃତ୍ୱରେ ରହିଛୁ ଏବଂ କାମ କରୁଛି । ନବୀନଙ୍କ ଉପରେ ଦ୍ୱିତୀୟ ନେତା ସୃଷ୍ଟି ହୋଇ ନାହିଁ ଏବଂ ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ଅଶୋକ ପଣ୍ଡା ।