ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବରେଲୀ ସର୍କିଟ୍ ହାଉସରେ ବୈଠକ ଚାଲିଥିବାବେଳେ ଜମେ ବିଧାୟକ ଟଳିପଡ଼ିଛନ୍ତି । ପଶୁ ସମ୍ପଦ ବିଭାଗର ବୈଠକ ସମୟରେ ଫରୀଦପୁର ବିଜେପି ବିଧାୟକ ଡାକ୍ତର ଶ୍ୟାମ ବିହାରୀ ଲାଲଙ୍କ ହୃଦଘାତରେ ପରଲୋକ ଘଟିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଡାକ୍ତର ଶ୍ୟାମ ବିହାରୀ ଲାଲ ଗୋଟିଏ ଦିନ ପୂର୍ବରୁ ଜନ୍ମ ଦିନ ପାଳିଥିଲେ । ଆଜି ବରେଲୀ ସର୍କିଟ୍ ହାଉସରେ ପଶୁ ସମ୍ପଦ ବିଭାଗର ଏକ ବୈଠକରେ ଯୋଗ ଦେଇଥିଲେ । ହଠାତ୍ ଚୌକି ଉପରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡାକ୍ତର ଶ୍ୟାମ ବିହାରୀ ଫରୀଦପୁର ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୧୭ ଏବଂ ୨୦୨୨ରେ ଦୁଇ ଥର ବିଧାୟକ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତର ଶ୍ୟାମ ବିହାରୀଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କରି ଶ୍ରଦ୍ଧଞ୍ଜଳି ଜଣାଇଛନ୍ତି । ଦିବ୍ୟଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।