କଳାହାଣ୍ଡି: ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ପୂର୍ବତନ ବନ ଅଧିକାରୀ ଗିରଫ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ସେ ବର୍ତ୍ତମାନ ଲାଞ୍ଜିଗଡ଼ ବନ ଅଧିକାରୀଭାବରେ କାର୍ଯ୍ୟରତ ଅଛନ୍ତି ।
ଲାଞ୍ଜିଗଡ଼ ବନ ଅଧିକାରୀ ଥିବା ଜୟ କୁମାର ଜୁଆଡ଼ ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ବନ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ । ୨୦୨୪-୨୫ ବର୍ଷ ମଧ୍ୟରେ କାମ୍ପା ଏବଂ ସିଏ/ସିପିଏ ଯୋଜନା ପାଣ୍ଠିକୁ ଆସିଥିବା ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେହି ସମୟରେ ୫୫,୦୪,୬୦୭ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଦକ୍ଷିଣ ବନଖଣ୍ଡ ଥୁଆମୁଲ ରେଞ୍ଜର ପୋଖରିଗୁଡ଼ା ନଣ୍ଡା ପାହାଡ଼ରେ ୫୦ ହେକ୍ଟର, ଉପରଝାପିରେ ୫୦ ହେକ୍ଟର ଏବଂ କୁମଜୋରରେ ୩୦ ହେକ୍ଟର ଜମିରେ ବୃକ୍ଷ ରୋପଣ ସ୍ଥଳରେ ମୃର୍ତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସେ ବିଶ୍ଵନାଥପୁର ରେଞ୍ଜର ମୂଷାନାଲ ସେକ୍ସନ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଦାୟିତ୍ୱରେ ଥିବା ବେଳେ ଆଜି ତାଙ୍କୁ ସେକ୍ସନ ଅଫିସରୁ ଭିଜିଲାନ୍ସ ଉଠାଇ ଆଣିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।