ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଳାତକ ଗ୍ୟାଙ୍ଗଷ୍ଟର ଇନ୍ଦରଜିତ ସିଂ ଓ ତାଙ୍କ ସିଣ୍ଡିକେଟ୍ ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି । ଦିଲ୍ଲୀରେ ୨୦୨୫ ଡିସେମ୍ବର ୩୦ରୁ ୨୦୧୬ ଜାନୁଆରୀ ୧ ପର୍ଯ୍ୟନ୍ତ ଚାଲିଥିବା ଚଢଉରେ ଇଡି ୬.୨୪ କୋଟି ନଗଦ ଟଙ୍କା ଓ ୧୭.୪ କୋଟି ଟଙ୍କାର ସୁନା-ହୀରା ଆଭୂଷଣ ଜବତ କରିଛି । ଏହା ବ୍ୟତୀତ ୩୫ କୋଟି ଟଙ୍କାର ଅଚଳ ସଂପତ୍ତି ସଂପର୍କିତ କାଗଜ ପତ୍ର ଜବତ କରିଛି ।
ଇଡି ଗୁରୁଗ୍ରାମ ଜୋନାଲ ୟୁନିଟ ଦିଲ୍ଲୀର ଅନେକ ଠିକଣାରେ ଚଢାଉ କରିଛି । ତଦନ୍ତରୁ ଜଣା ପଡିଛି ଯେ, ଇନ୍ଦରଜିତର ସହଯୋଗୀ ଅମନ କୁମାର ଯିଏ ବ୍ୟକ୍ତିଗତ ଫାଇନାନସର ଏବଂ ଅପରାଧରର ଆୟକୁ ଲୁଚାଇବାକୁ ଉଦ୍ୟମ କରିଥିଲା । ଦିଲ୍ଲୀର ସର୍ବପ୍ରିୟ ବିହାର ସ୍ଥିତ ପରିସରରୁ ୫.୧୨ କୋଟି ଟଙ୍କାର ନଗଦ ଓ ୮.୮୦ କୋଟି ଟଙ୍କାର ଗହଣା ମିଳିଥିଲା ।
ଇନ୍ଦରଜିତ ସିଂ ଯାଦବ ଜାମ ରେକର୍ଡ ଏଣ୍ଟରଟେନମେଣ୍ଟର ମାଲିକ ଓ ମୁଖ୍ୟ ସଞ୍ଚାଳକ । ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସ ତାଙ୍କ ବିରୋଧରେ ହତ୍ୟା, ବଳପୂର୍ବକ ବଟି ଆଦାୟ, ଧମକ ଚମକ ଓ ଅର୍ଥ ହେରଫେର ପରି ସଙ୍ଗୀନ ଅପରାଧରେ ୧୫ରୁ ଅଧିକ ଏଫଆଇଆର ରୁଜୁ କରିଛି । ଇଡି ଅନୁସାରେ ଇନ୍ଦରଜିତ କର୍ପୋରେଟ୍ ସଂସ୍ଥା ଓ ଘରୋଇ ଫାଇନାନସରଙ୍କ ମଧ୍ୟରେ କୋଟି କୋଟି ଟଙ୍କାର ବିବାଦୀୟ ଲେଣଦେଣକୁ ହତିଆର ଜରିଆରେ ବଳପୂର୍ବକ ଡିଲ୍ କରାଇ ମୋଟା କମିଶନ ଆୟ କରୁଥିଲା ।
Also read: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଥମୁନି ଅତ୍ୟାଚାର, ଆଉ ଜଣେ ହିନ୍ଦୁଙ୍କୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ