ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ଅତ୍ୟାଚାର ଥମିବାର ନାଁ ନେଉନି । ଏହା ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଢାକାରୁ ପ୍ରାୟ ୧୫୦ କିଲୋମିଟର ଦୂର ଏକ ଗାଁରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ହତିଆରରେ ହମଲା କରି ଜୀବନ୍ତ ଜାଳି ଦେବାକୁ ଉଦ୍ୟମ ହୋଇଛି । ଏହି ହମଲାରେ ଗୁରୁତର ଭାବେ ପୋଡି ଯାଇଥିବା ଖୋକନ ଦାସ ହସ୍ପିଟାଲରେ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ।
ତାଙ୍କ ପତ୍ନୀ ସୀମା ଦାସ କହିଛନ୍ତି ଯେ, ସେ ଏ ପର୍ଯ୍ୟନ୍ତ ବୁଝି ପାରୁ ନାହାନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ କାହିଁକି ଏମିତି ଟାର୍ଗେଟ୍ କରାଗଲା । ଆମର ପୁଣି କାହା ସହ କୌଣସି ଝଗଡା କି ଶତ୍ରୁତା ନ ଥିଲା । ବୁଝି ପାରୁନି ମୋ ସ୍ୱାମୀଙ୍କ ଉପରେ ଏମିତି କାହଁକି ହମଲା କରାଗଲା । ସୀମା ଦାସ କହିଛନ୍ତି, ଆମେ ହିନ୍ଦୁ । ଆମେ କେବଳ ଶାନ୍ତିରେ ବଞ୍ଚିବାକୁ ଚାହୁଁ । ଆକ୍ରମଣକାରୀ ମୁସଲିମ ଥିଲେ । ପୋଲିସ ଆକ୍ରମଣକାରୀକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।
ଖୋକନ ଦାସ ନିଜ ଗାଁରେ ଔଷଧ ଓ ମୋବାଇଲ ବ୍ୟାଙ୍କିଙ୍ଗ ବ୍ୟବସାୟ କରୁଥିଲ । ବୁଧବାର ଦୋକାନ ବନ୍ଦ କର ଫେରିିବା ସମୟରେ ତାଙ୍କ ଉପରେ ହମଲା କରାଯାଇଛି । ଦେହର ନିଆଁ ଲାଗିବା ପରେ ସେ କୌଣସି ପ୍ରକାରରେ ପୋଖରୀକ ଡେଇଁବାରେ ସଫଳ ହୋଇଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ଏହା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ମାରିଥିଲେ । ସ୍ଥାନୀୟ ଲୋକେ ଖୋକନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଢାକାର ଏକ ବଡ ହସ୍ପଟାଲକୁ ସ୍ଥାନାନ୍ତର କରିଥିଲେ ।
ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସମେତ ଅନେକ ଦେଶ ଏବଂ ମାନବାଧିକାର ସଂଗଠନ ଏହା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
.