ଭୁବନେଶ୍ୱର: ନୂଆ ବର୍ଷର ଆରମ୍ଭରୁ ପୁଣି ଚିନ୍ତା ବଢାଇଲା ସୁନା ଦର। ନୂତନ ବର୍ଷର ପ୍ରଥମ ଦିନରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ୧୦ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାରେ ପହଞ୍ଚିଛି, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୨୩ ହଜାର ୮୦୦ ଟଙ୍କା ରହିଛି। ସେହିଭଳି ରୂପା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ରୂପା କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ରହିଛି। ଆଜି ୧୦୦୦ ଟଙ୍କା ହ୍ରାସ ପାଇଛି ରୂପା ଦର।
ଭାରତରେ, ସୁନାର ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ଦେଖାଯାଇଛି, କାରଣ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ, ଗତ ମାସରେ ଏଥିରେ ହ୍ରାସ ଘଟିଛି।ରାଜଧାନୀ ଭୁବନେଶ୍ୱରରେ ଆଜି ୨୪କ୍ୟାରେଟ ସୁନାର ମୂଲ୍ୟ ୧,୩୫,୬୦ଟଙ୍କା ଓ ୨୨କ୍ୟାରେଟ ସୁନାର ମୂଲ୍ୟ ୧,୨୩,୮୦୦ ଟଙ୍କା ରହିଛି। ସେହିପରି ଆଜି ରୂପା ମୂଲ୍ୟ ହ୍ରାସ ପାଇ କିଲୋଗ୍ରାମ ପ୍ରତି ୨ଲକ୍ଷ ୫୬ହଜାର ରହିଛି । ଆଜି ୧୦୦୦ ଟଙ୍କା ହ୍ରାସ ପାଇଛି ରୂପା ଦର।
ଅଧିକ ପଢନ୍ତୁ: ବର୍ଷର ଶେଷ ୭ ଦିନରେ ପିଇଲେ ୩୨ କୋଟି ଟଙ୍କାର ମଦ; ଡିସେମ୍ବର ୨୫ ଠାରୁ ‘ଜିରୋ ନାଇଟ୍’ ଯାଏଁ ବିଭିନ୍ନ କ୍ଲବ, ପବରେ ଭିଡ଼