ଭୁବନେଶ୍ୱର: ଓଡ଼ିଶାରେ ବାୟୁ ପ୍ରଦୂଷଣ ସ୍ତର ଜାତୀୟ ରାଜଧାନୀ ନୂଆଦିଲ୍ଲୀର AQIକୁ ମଧ୍ୟ ଅତିକ୍ରମ କରିଛି। ଗତ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଆହୁରି ଖରାପ ହୋଇଛି, ଯାହା ୩୦୦ ଉପରେ ପହଞ୍ଚିଛି ଏବଂ ଏହାକୁ ଅତ୍ୟନ୍ତ ଖରାପ ଶ୍ରେଣୀଭୁକ୍ତ କରାଯାଇଛି।
କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଯେମିତି ଜମାଟବାନ୍ଧି ଦେଇଛି। ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ଚିନ୍ତାଜନକ ସ୍ଥିତିରେ ରାଇଛି। ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଛି। ଏ ସହର ଗୁଡିକ ହେଲା ବାଲେଶ୍ୱର, ବାରିପଦା,ତାଳଚେର, ଭୁବନେଶ୍ୱର ଏବଂ କଟକ।
ଅଧିକ ପଢନ୍ତୁ:ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭିତରେ ରହିଛି ଓଡ଼ିଶାର ୩, ଦିଲ୍ଲୀକୁ ଟପିଲା ବାଲେଶ୍ୱର
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟାରେ ବାଲେଶ୍ୱରରେ ବାୟୁର ମାନ(ଏକ୍ୟୁଆଇ) ୩୩୭ ଥିଲା। ବାରିପଦା ଏକ୍ୟୁଆଇ ୩୧୯, ତାଳଚେର ୩୧୦,ଭୁବନେଶ୍ୱର ୩୦୫, କଟକ ୩୦୪,ଅନୁଗୁଳ ୨୯୬, ବ୍ୟାସନଗର ୨୮୩,କେନ୍ଦୁଝର ୨୭୭ ଛୁଇଁଥିଲା। ଲଗାତାର ଭାବେ ଓଡ଼ିଶାରେ ଏଭଳି ବାୟୁପ୍ରଦୂଷଣ ପୂର୍ବରୁ କେବେ ନଥିଲା। ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀମାନେ ଚିନ୍ତା ପ୍ରକଟ କରିଛନ୍ତି । ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିବେଶବିଦ ମାନେ କହିଛନ୍ତି ଯେ ଓଡ଼ିଶାରେ ଖରାପ AQI ବାୟୁ ପ୍ରଦୂଷଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଅଧିକ ପଢନ୍ତୁ: ଉତ୍ତରାଖଣ୍ଡର ଜୋଶୀମଠର ସେନା ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ; ଜାରି ରହିଛି ଉଦ୍ଧାର କାର୍ଯ୍ୟ, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା?