ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ଖେଳିବ ଟି-୨୦ ଓ ଦିନିକିଆ ସିରିଜ୍ । ଶୁକ୍ରବାର ଏହାର ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । କିନ୍ତୁ ସଂପ୍ରତି ସ୍ଥିତିରେ ବାଂଲାଦେଶରେ ସ୍ଥିର ସତକାର ନ ଥିବା କାରଣରୁ ଏହା ସ୍ପଷ୍ଟ ହୋଇ ପାରିନି ଯେ, ବିସିସିଆଇ ଟିମ୍ ଇଣ୍ଡିଆର ଏହି ଗସ୍ତ ପାଇଁ ସହମତି ପ୍ରଦାନ କରିବ କି ନାହିଁ ।
ଇିସିବି ଦ୍ୱାରା ଜାରି ପ୍ରେସ ବିବୃତି ଅନୁସାରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧, ୩ ଓ ୬ ତାରିଖରେ ଖେଳାଯିବ । ଏହା ପରେ ସେପ୍ଟେମ୍ବର ୯, ୧୨ ଓ ୧୩ରେ ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଅଗଷ୍ଟ ୨୮ରେ ବାଂଲାଦେଶରେ ପହଞ୍ଚିବ ।
ଉଲ୍ଲେଖନୀୟ ଭାରତ ଗତ ବର୍ଷ ଜୁଲାଇରେ ବାଂଲଦେଶର ଗସ୍ତକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରଦ୍ଦ କରି ଦେଇଥିଲା । ଏହି ସିରିଜକୁ ବିସିସିଆଇ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦେଇଥିଲା । ବିସିସିଆଇ ଜୁଲାଇରେ ଜାରି ବୟାନରେ କହିଥିଲା ଯେ, ବିସିବି ଓ ବିସିସିଆଇ ପରସ୍ପର ସହମତିରେ ୨୦୨୫ ଅଗଷ୍ଟରେ ପ୍ରସ୍ତାବିତ ଦିନିକିଆ ଓ ଟି-୨୦ ସିରିଜକୁ ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି ।
ଇୟାନରେ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଦୁଇ ବୋର୍ଡ ମଧ୍ୟରେ ଆଲୋଚନା ପରେ ନିଆଯାଇଛି । ଏଥିରେ ଦୁଇ ଦଳର ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମର ସୁବିଧାକୁ ଦୃଷ୍ଟିରେ ରଖି ନିର୍ଣ୍ଣୟ ନିଆଯାଇଛି । ବିସିିସିଆଇ ଏହା ମଧ୍ୟ କହିଛି ଯେ, ୨୦୨୬ ସେପ୍ଟେମ୍ବରରେ ବିସିବି ଏହି ସିରିଜ୍ ପାଇଁ ଭାରତର ସ୍ୱାଗତ କରିବାକୁ ଚାହୁଁଛି । ଗସ୍ତର ସଂଶୋଧିତ ତାରିଖ ଓ କାର୍ଯ୍ୟକ୍ରମର ଘୋଷଣା ପରବର୍ତ୍ତୀ ସମୟରେ କରାଯିବ ।