ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଏବେ ଭୀଷଣ ରୂପ ନେବାରେ ଲାଗିଛି । ଖର୍ଗ ଦ୍ୱୀପ ଉପରେ ଆମେରିକାର ହମଲା ପରେ ଇରାନ ମଧ୍ୟ ଆମେରିକାର ସୈନ୍ୟ ଆଡ୍ଡା ଉପରେ ବୋମା ବର୍ଷା କରୁଛନ୍ତି । ଏହା ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ଇରାନର ଶକ୍ତିଶାଳୀ ସୈନ୍ୟ ସଂଗଠନ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ(ଆଇଆରଜିସି) ଯେଉଁ ବୟାନ ଜାରି କରିଛି ତାହା ପୂରା ଦୁନିଆକୁ ଚିନ୍ତାରେ ପକାଇ ଦେଇଛି । ଆଇଆରଜିସି ପଣ ଖାଇଛି ଯେ, ନିଜର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବ । ଏଥିପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଖୋଜି ଖୋଜି ହତ୍ୟା କରିବୁ ।
ଇରାନ ଗାର୍ଡ୍ସ କହିଛନ୍ତି ଯେ, ଯଦି ପିଲାଙ୍କ ଜୀବନ ନେଉଥିବା ଏହି ଅପରାଧୀ ବଞ୍ଚିଛି ତେବେ ଆମେ ପୂରା ଶକ୍ତି ସହିତ ପିଛା କରି ଜୀବନରେ ମାରି ଦେବୁ । ଏକ ସନ୍ଦେଶରେ ଆଇଆରଜିସିର କମାଣ୍ଡର କହିଛନ୍ତି, ଫେବୃଆରୀ ୨୮ରେ ଅୟାତୁଲ୍ଲା ଅଲ୍ଲୀ ଖାମେନିଙ୍କ ହତ୍ୟା ଏମିତି ଏକ ଅପରାଧ ଯାହାର ହିସାବ ନେତନ୍ୟାହୁଙ୍କୁ ହତ୍ୟା କରି ହିଁ ନିଆଯିବ ।
ଅନ୍ୟପଟେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଶନିବାର କହିଛନ୍ତି ଯେ, ତେହରାନ ସହିତ ଯୁଦ୍ଧ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ସାରିଛି । ସେ ଇରାନର ଖର୍ଗ ଦ୍ୱୀପରେ ସ୍ଥିତ ତେଳ ରପ୍ତାନକାରୀ କେନ୍ଦ୍ର ଉପରେ ଆମେରିକାର ହମଲାକୁ ସେ ପ୍ରଶଂସା କରିଛନ୍ତି । ଇରାନ ବିରୋଧରେ ବୈଶ୍ୱିକ ଓ ଆଞ୍ଚଳିକ ସଂଘର୍ଷର ନେତୃତ୍ୱ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲର ପିଏମ ବେଞ୍ଜାମିନ ନେତନ୍ୟାହୁ କରୁଛନ୍ତି । ଇରାନ ଲଢେଇ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ।
Also read: ଇରାନର ଖାର୍ଗ ଦ୍ୱୀପ ତୈଳ ରପ୍ତାନି କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ଟ୍ରମ୍ପ