ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ, ଧୁରନ୍ଧର ସିନେମା ସାରା ବିଶ୍ୱରେ ହିଟ ହୋଇ ବଡ଼ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରଟି ୧୧୧୭ କୋଟିରୁ ଅଧିକ ଆୟ କରିଛି ଏବଂ ବକ୍ସ ଅଫିସରେ ଏବେ ରାଜ୍ କରୁଛି। ଏହି ସିନେମାଟି ଦର୍ଶକଙ୍କ ଠାରୁ ସକାରତ୍ମକ ପ୍ରତିକ୍ରିୟା ପାଉଥିବାବେଳେ ଏବେ ଏହାର ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି। ଧୁରନ୍ଧରକୁ ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ କରମୁକ୍ତ କରାଯାଇଛି। ସିନେମାର ଅଧିକାଂଶ ସୁଟିଂ ଲଦାଖରେ କରାଯାଇଥିଲା, ଯାହା ଏହାର ସିନେମାଟିକ୍ ଦୃଶ୍ୟକୁ ପ୍ରଦର୍ଶିତ କରିଥିଲା।
ଧୁରନ୍ଧର ଏବେ ସାରା ବିଶ୍ୱରେ ୧୧୧୭ କୋଟିରୁ ଅଧିକ ଆୟ କରି ୨୦୨୫ରେ ଭାରତରେ ସର୍ବାଧିକ ଆୟ କରିଥିବା ଫିଲ୍ମ ପାଲଟିଛି। ଏବେ ରିଲିଜର ୨୯ ଦିନ ପରେ, ବଡ଼ ଘୋଷଣା କରାଯାଇଛି। ସିନେମାଟିକୁ ଲଦାଖରେ କରମୁକ୍ତ କରାଯାଇଛି। ଲାଦଖର ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଏହି ଘୋଷଣା କରିଛନ୍ତି। ଲଦାଖର ସ୍ଥାନୀୟ ସରକାର ମଧ୍ୟ ଫିଲ୍ମର ଲୋକପ୍ରିୟତା ଏବଂ ସିନେମାଟିକ୍ ଗୁରୁତ୍ୱକୁ ସ୍ୱୀକାର କରୁଛନ୍ତି। ଫିଲ୍ମର ସୁନ୍ଦର ଦୃଶ୍ୟ ଏବଂ ଆକ୍ସନ୍ ସିକ୍ୱେନ୍ସ ଦର୍ଶକଙ୍କ ମନ ଜିତିଛି।
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ ହମଜା, ଜଣେ RAW ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହିତ ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଆର. ମାଧବନ, ଅର୍ଜୁନ ରାମପାଲ ଏବଂ ସାରା ଅର୍ଜୁନ ମଧ୍ୟ ଅଭିନୟ କରିଛନ୍ତି। ସିନେମାର କାହାଣୀଟି ପାକିସ୍ତାନୀ ଅଣ୍ଡରୱାର୍ଲ୍ଡ, ଆତଙ୍କବାଦ ଉପରେ ଗତିଶୀଳ ହୋଇଛି । ହମଜା, ଆଇବି ଏଜେଣ୍ଟ ଅଜୟ ସାନ୍ୟାଲ (ଆର. ମାଧବନ)ଙ୍କ ମାର୍ଗଦର୍ଶନରେ, ଏକ ଶତ୍ରୁ ଗଡ଼ରେ ଅନୁପ୍ରବେଶ କରେ ଏବଂ ଏକ ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା ପାଇଁ ଏକ ମିଶନ୍ କରେ।
ଫିଲ୍ମର କାହାଣୀ ଏବଂ ଚରିତ୍ରଗୁଡ଼ିକ ଆରମ୍ଭରୁ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ହମଜାଙ୍କ ଚରିତ୍ର ତାଙ୍କ ମିଶନ ସମୟରେ ଅନେକ ବିପଦ ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ। ଅକ୍ଷୟ ଖାନ୍ନା ବିପଦଜନକ ଗ୍ୟାଙ୍ଗଷ୍ଟର ରେହମାନ ଡକାୟତ ଭୂମିକାରେ ଚମତ୍କାର ଅଭିନୟ କରିଥିବା ବେଳେ, ସଞ୍ଜୟ ଦତ୍ତ ପୋଲିସ ଅଧିକ୍ଷକ (ଏସପି) ଚୌଧୁରୀ ଅସଲମ ଭୂମିକାରେ ଏବଂ ଅର୍ଜୁନ ରାମପାଲ ମେଜର ଇକବାଲ ଭୂମିକାରେ ଅଭିନୟ କରିଛନ୍ତି।
"ଧୁରନ୍ଧର"ର ଦ୍ୱିତୀୟ ଭାଗ ୨୦୨୬ ମାର୍ଚ୍ଚରେ ମୁକ୍ତିଲାଭ କରିବାକୁ ଯାଉଛି, ଯାହାକୁ ଦର୍ଶକ ଅତି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଶୀର୍ଷରେ ରହିଛି।
ଅଧିକ ପଢନ୍ତୁ: ଧୁରନ୍ଧର'କୁ ଭୟ କରୁଛନ୍ତି ଅକ୍ଷୟ କୁମାର!: ଏହି ଚଳଚ୍ଚିତ୍ର ତାରିଖକୁ ଘୁଞ୍ଚାଇ ଦେଲେ