ଭୁବନେଶ୍ୱର: ପୁଣି ଆଉ ଏକ ଜୀବନ ନେଲା ଆମ ବସ୍। ରାଜଧାନୀ ସ୍ଥିତ ରୂପାଲି ଛକରେ ଦେଖିବାକୁ ମିଳିଛି ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା। ଅଟୋଟି ରାସ୍ତାରେ ଯାଉଥିବା ବେଳେ ପଛପଟରୁ ଧକ୍କା ଦେଇଥିଲା ଆମ ବସ୍, ଫଳରେ ଅଟୋଟି ମାଡ ହୋଇ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଅଟୋରେ ମୋଟ ତିନି ଥିବା ବେଳେ, ଚାଳକଙ୍କର ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ଓ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ରୁଟ୍ ନମ୍ବର ୩୨ରେ ଯାଉଥିବା ‘ଆମ ବସ୍’ଟି ରୂପାଲି ଛକରେ ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ସ୍କୁଲ ବସ୍କୁ ପିଟି ଥିଲା । ଏହି ଦୁର୍ଘଟଣା ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣାଗ୍ରସ୍ତ ବସ୍କୁ ଭାଙ୍ଗି ଦେଇଛନ୍ତି। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କମିଶନରେଟ୍ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧକୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି।