ଭୁବନେଶ୍ୱର: ରାଜଧାନୀ ସ୍ଥିତ ରୂପାଲି ଛକରେ ଆମ ବସ ଦୁର୍ଘଟଣାରେ ସଂପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଚାଳକ ହେଲେ ସଚିତ୍ର ସାହୁ। ତାଙ୍କ ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଅନୁଯାୟୀ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ ଅଟୋ-ରିକ୍ସାକୁ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ଏକ ଜଣ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ରୁଟ୍ ନମ୍ବର ୩୨ରେ ଯାଉଥିବା ‘ଆମ ବସ୍’ଟି ରୂପାଲି ଛକରେ ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା। ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ସ୍କୁଲ ବସ୍କୁ ପିଟି ଥିଲା । ଏହି ଦୁର୍ଘଟଣା ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଆହତ ହୋଇଥିବା ଜଣାପଡିଛି । ଜଣେ ଯାତ୍ରୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣାଗ୍ରସ୍ତ ବସ୍କୁ ଭାଙ୍ଗି ଦେଇଛନ୍ତି। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କମିଶନରେଟ୍ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧକୁ ହଟାଇଥିଲା ।
Also read: OSWAS ସଫ୍ଟୱେର ବ୍ୟବହାରରେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲାରେ ପ୍ରଥମ