ଖୋର୍ଦ୍ଧା: ଚିଲିକାର ହେବ ନବକଳେବର। ଚିଲିକାର ବଦଳବି ରୂପରେଖ। ଚିଲିକାର ଚତୁଃର୍ପାଶ୍ୱକୁ କରାଯିବ ସୌନ୍ଦର୍ଯ୍ୟକରଣ। ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକା। ୧୫୦୦ରୁ ୨ ହଜାର କୋଟିର DPR ଚିଲିକା ପାଇଁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଚିଲିକା ହ୍ରଦ ବିଶ୍ୱ ପରିଚିତ ତେଣୁ ଚିଲିକା ଆଉଥରେ ପୁନର୍ଜୀବିତ କରାଯିବ। IIT ମାଡ୍ରାସ୍ ଓସନୋଗ୍ରାଫି ସହିତ ଚିଲିକା ଉନ୍ନୟନ ପରିଷଦ ତରଫରୁ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବଶୀଘ୍ର ଏଥିପାଇଁ DPR ପ୍ରସ୍ତୁତ ହେଉଛି।
ସୂଚନା ଅନୁସାରେ, ଏ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା ନେଇ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି। ପୂର୍ତ୍ତ ମନ୍ତ୍ରୀଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ସାଂସଦ ସମ୍ବିତ ପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଓ IIT ମାଡ୍ରାସ୍ ଉପସ୍ଥିତ ଥିଲେ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।