ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପୁଣି ଦେଖିବାକୁ ମିଳିଛି ତ୍ରୁଟି। ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ କେହି ଜଣେ ଚାଲିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏହା ସହିତ ଶ୍ରୀମନ୍ଦିର ଭିତରକୁ ବ୍ୟକ୍ତି ଜଣଙ୍କ କିପରି ଜୋତା ପିନ୍ଧି ଯାଇଥିଲେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଆଉ ଉକ୍ତ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି।
ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନ ସମୟରେ ଜଣେ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, କେହି ଜଣେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଛନ୍ତି। ସେ ଜୋତାକୁ ଭୋଗ ମଣ୍ଡପ ଦ୍ବାର ନିକଟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ । ସେଠାରେ ଜୋତା ଥିବା ଦେଖି ଉକ୍ତ ଜୋତାକୁ ହାତରେ ଧରି ବାହାରକୁ ଆଣିଛନ୍ତି। ତେବେ ସିସିଟିଭି ଫୁଟେଜ ଦେଖିଲେ ଜଣାପଡିବ ଯେ କେଉଁ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି।