ଭୁବନେଶ୍ବର: ରାଜ୍ୟରେ ଶୀତ ପରିମାଣ ଦିନକୁ ଦିନ ବଢୁଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି। ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ଘନକୁହୁଡ଼ି ଦୃଶ୍ୟମାନ ହୋଇଛି। କୁହୁଡ଼ି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏହିପରି ଘନକୁହୁଡ଼ି ଜାରି ରହିବ। ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଅତି ଘନକୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ତେବେ କୁହୁଡିର ପରିମାଣ ବଢୁଥିବା ହେତୁ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। କୁହୁଡି ଯୋଗୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଥିପାଇଁ ବିଗତ ୩ରୁ୪ ଦିନ ହେବ ବିମାନ ଚଳାଚଳ ପାଇଁ ମଧ୍ୟ ବାରଣ କରାଯାଇଛି। ସେପଟେ କଟକରେ କୁହୁଡ଼ିର ପରିମାଣ କମ ରହିଥିବା ବେଳେ ଶୀତର ପ୍ରକୋପ ଅଧିକ ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ଲାଗି ରହିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ : ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ