ପୁରୀ: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜ ଉଦ୍ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ ଦେଇ ଉଦ୍ବେଗ ପ୍ରକାଶ କରିଛନ୍ତି।
ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଭାଷଣ ଦେଇ ସତର୍କ କରାଇ ସେ କହିଥିଲେ ଯେ, ଏପରି ରୀତିନୀତି ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ବାହାରେ। ମହାପ୍ରଭୁ ବର୍ଷସାରା ଶ୍ରୀମନ୍ଦିର ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ସେ କହିଛନ୍ତି ଯେ, ସେମାନେ ଜାଣି ନାହାନ୍ତି ଏହା କେତେ ବ୍ୟତିକ୍ରମ। ଆମେ ଯଦି ନିଜକୁ ମହାପ୍ରଭୁଙ୍କ ଭକ୍ତ ବୋଲି କହୁଛେ ତାହଲେ ମହାପ୍ରଭୁଙ୍କ ଆଦେଶ ପାଳନ କରିବ ଉଚିତ ବୋଲି କହିଛନ୍ତି ଗଜପତି।
ଅଷାଢ ମାସ ଶୁକ୍ଲପକ୍ଷ ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ନବାଦୀନାତ୍ମକ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମହାପ୍ରଭୁଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ମହାପ୍ରଭୁଙ୍କର ଆଉ କାହାର ନୁହେଁ। ମହର୍ଷି ବେଦବ୍ୟାସ ଯାହା ଲେଖିଛନ୍ତି ତାହା ପାଳନ କରିବ ଆବଶ୍ୟକ ବୋଲି ଗଜପତି କହିଛନ୍ତି। ମହାପ୍ରଭୁଙ୍କ ଆଦେଶ ନଥିଲେ ଆମେ କାଢି ପାରନ୍ତେ ନାହିଁ। ବର୍ଷକୁ ଦୁଇ ଥର ମହାପ୍ରଭୁ ବାହାରକୁ ଆସିବାର ନିର୍ଦ୍ଦେଶ ରହିଛି। ଆମେ ବର୍ଷ ସାରା ମହାପ୍ରଭୁଙ୍କୁ ବାହାରକୁ ଆଣିପାରିବା ନାହିଁ ବୋଲି ଗଜପତି କହିଛନ୍ତି।
ଅଧିକ ପଢନ୍ତୁ: ମାଘମେଳା ପାଇଁ ରେଳବାଇ ବଡ଼ ପଦକ୍ଷେପ: ପ୍ରୟାଗରାଜର ଏହି ଦୁଇଟି ଷ୍ଟେସନରେ ଅଟକିବ ୬ଟି ଟ୍ରେନ୍