ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି (ସୋମବାର) ଆମ ବସ୍ରେ ବସି ନିଜେ ସ୍ଥିତି ପରଖିଛନ୍ତି ପରିବହନ କମିଶନର ଅମିତାଭ ଠାକୁର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଛନ୍ତି। ଏଥିସହିତ ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ସେ ଡ୍ରାଇଭରଙ୍କୁ ପରାମର୍ଶ ଦେଇଛନ୍ତି।
ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି ପରିବହନ କମିଶନର। ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ। ଆମ ବସରେ ଚାଳକଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିବା ପରେ ପରିବହନ ବିଭାଗ ଏଦିଗରେ ଆବଶ୍ୟକ ପଦକ୍ଷେପ ନେଇଛି। ନିୟମିତ ଚାଳକଙ୍କ ପ୍ରଶିକ୍ଷଣ ଏବଂ ଗାଡ଼ି ଫିଟନେସ ଯାଞ୍ଚ କରାଯାଉଛି। ଚାଳକଙ୍କୁ ଫୁଙ୍କାଇ ଫିଟନେସ କରିଯାଉଛି। ଏହାରି ଭିତରେ ଆଜି କମିଶନର ଆମ ବସରେ ଯାତ୍ରା କରି ଯାତ୍ରୀଙ୍କ ସହ ସିଧାସଳଖ କଥା ହୋଇ ସ୍ଥିତି ପରିଖିଛନ୍ତି।
ଅଧିକ ପଢନ୍ତୁ: ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ: ସଚିବ କହିଲେ, ‘ସ୍କ୍ରିନିଂ ଟେଷ୍ଟ ପାସ୍ କଲା ପରେ ଡ୍ରାଇଭ୍ ପାଇଁ ମିଳିବ ଅନୁମତି